Breaking News

ଡେଲାଙ୍ଗ ବ୍ଳକରେ ମହିଳା ବିଜେଡି ଗୋଷ୍ଠୀ ପ୍ରଚାର ଜୋର କଲା

ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର ବିଜେଡି ମହିଳା ଗୋଷ୍ଠୀର ସମ୍ପାଦିକା ବାସନ୍ତୀ ସାହୁଙ୍କ ନେତୃତ୍ୱରେ ଏକ ମହିଳା ଗୋଷ୍ଠୀ ଘରକୁ ଘର ବୁଲି ବିଜେଡି ସପକ୍ଷରେ ଭୋଟ ଦେବାକୁ ନିବେଦନ କରୁଥିବା ଦେଖାଯାଇଥିଲା  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ରାଜ୍ୟରେ ମହିଳା ମାନଙ୍କ ପାଇଁ କରିଥିବା ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ମହିଳା ମାନଙ୍କୁ ସଚେତନତା କରିବା ସହ ସୁବିଧା ଅସୁବିଧା ସମ୍ପର୍କେ ଆଲେଚନା କରିଥିଲେ  । ଏହି ପ୍ରଚାରରେ ଗ୍ରାମଞ୍ଚଳରେ ମହିଳା ମାନେ ନିଜଆଡୁ ଘର କାମ ବନ୍ଦ କରି ପ୍ରଚାରରେ ସାମିଲ ହୋଉଥିବାର ଦେଖାଯାଇଥିଲା  । ଏପରିକି ବିଜେଡି ଦଳର ଟୋପି ଓ ଉତ୍ତରୀୟ ପକାଇ ମହିଳା ମାନେ ଘରକୁ ଘର ବୁଲୁଥିବା ଦେଖାଯାଇଥିଲା  । ଏହି ଶୋଭାଯାତ୍ରା ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ, କବିତା ପ୍ରଧାନ, ଭାରତୀ ଚମ୍ପତ୍ତି, ଶୁଭଲକ୍ଷ୍ମୀ ସ୍ୱାଇଁ, ସ୍ୱର୍ଣ୍ଣମୟୀ ଜେନା, ସବିତା ବରାଳ, ବନିତା ଦାସ, ପ୍ରତିମା ଦାସ, କଳ୍ପନା ପରିଡା, ପ୍ରସାଦିନୀ ମଙ୍ଗରାଜ ଓ ପୁଷ୍ପାଲତା ସୁନ୍ଦରାୟ ପ୍ରମୁଖ ନେତ୍ରୀ ମାନେ ସାମିଲ ହୋଇଥିବାର ଦେଖାଯାଇଥିଲା  । ଅଭୟମୁଖୀ ଗ୍ରାମ ପଞ୍ଚାୟତରେ ଏହି ମହିଳା ଗୋଷ୍ଠୀ ବିଜେଡି ସରକାରଙ୍କ ଜନହିତକର ଯୋଜନା ସମ୍ପର୍କେ କହିବା ସହ ବିଧାନସଭା ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ସହିତ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ରଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରୁଥିବା ଦେଖାଯାଇଥିଲା  ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି


Blog Archive

Popular Posts