Breaking News

ଟ୍ରକ ପଛକୁ ପିଟିଲା ମଟରସାଇକେଲ, ବାପ ଓ ପୁଅ ମୃତ

ଡେଲାଙ୍ଗ---- ପଟ୍ଟନାୟିକିଆ --ଡେଲାଙ୍ଗ ରାସ୍ତାର ପିଢପାଟଣା ଛକ ଆଗରେ ରାସ୍ତା ଊପରେ ଏକ ଚିଫସ ବୋଝୋଇ ଟ୍ରକ ଖରାପ ହୋଇ ଦୁଇ ଦିନ ହେବ ଠିଆ ହୋଇଛି । ଟ୍ରକନଂ ଓଆର , ୦୯କେ,୪୭୧୩ । ଆଜି ବିଳମ୍ଵିତ ରାତିରେ ସେବକସାହି ପାଟଣା ଗ୍ରାମର ପବନା ବେହେରା (୫୫) ତାଙ୍କ ପୁଅ ଧଡିଆ ବେହେରି (୩୫) ଓଧଡିଆର ଶଳା ଏକ ବାଜାଜ ଡିସକଭର  ମଟର ସାଇକେଲରେ ଡେଲାଙ୍ଗ ଷ୍ଟେସନ ବଜାରରୁ କାମ ସାରି ଘରକୁ ଫେରୁଥିଲେ । ରାସ୍ତା ଉପରେ ଠିଆ ହୋଇଥିବା ଟ୍ରକ ପଛରେ ପିଟି ହୋଇଥିଲେ । ଘଟଣା ସ୍ଥଳରେ ବାପା ଓ ପୂଅର ମୃତ୍ଯୁ ହୋଇଥିବା ବେଳେ ପୁଅର ଶଳା ଗୁରୁତର ଭାବରେ ଆହତ ହୋଇଛନ୍ତି । ଖବର ପାଇ ଡେଲାଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଛି ଆହତଙ୍କୁ ମେଡିକାଲକୁ ପଠାଇବା ସହ ଶବ ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts