Breaking News

ମହାରଥୀଙ୍କ ନେତୃତ୍ୱ ଓ ଶାନ୍ତି ପ୍ରଗତୀ କାର୍ଯ୍ୟକ୍ରମକୁ ଦେଖି ବିଜେଡିରେ ସାମିଲ ହେଲେ କଂଗ୍ରେସ ପ୍ରାର୍ଥୀଙ୍କ ଭାଇ

ପିପିଲି --- ପିପିଲି - ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ଡେଲାଙ୍ଗ ବ୍ଳକର ଗଡମୋଟରୀ ଗ୍ରାମ ପଞ୍ଚାୟତର କଂଗ୍ରେସ ଦଳର ପ୍ରାର୍ଥୀଙ୍କ ଭାଇ ମୃତୁଞ୍ଜୟ  ମଙ୍ଗରାଜଙ୍କ ସହ ସୁଭ୍ରଜିତି ପାତ୍ର, କେଶବ ସୁନ୍ଦରା, ସୁବ୍ରତ କୁମାର ଜେନା, ଜ୍ଞାନ ରଞ୍ଜନ ନାଏକ, ମନ ମୋହନ ରାଉତ, ସତ୍ୟବ୍ରତ ସାହୁ ପିପିଲି ବିଜେଡି କାର୍ଯ୍ୟାଳୟ ଠାରେ ଆନୁଷ୍ଠାନିକ ଭାବେ ବିଜେଡି ଦଳରେ ସାମିଲ ହୋଇଥିଲେ  । ଡେଲାଙ୍ଗ ବ୍ଳକର ଆତ୍ମାର ସଭାପତି ବିଜୟ ଚମ୍ପତ୍ତି ଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା  । ମୁଖ୍ୟମନ୍ତ୍ରୀ ଓ ବିଧାୟକ ଶ୍ରୀ ମହାରଥୀଙ୍କ ନେତ୍ୃତ୍ୱ ସହିତ ଅଞ୍ଚଳର ବିକାଶ କରାଯାଉଥିବାରୁ ଏହାକୁ ନଜର କରି ବିଜେଡି ଦଳରେ ସାମିଲ ହୋଇଥବା ଶ୍ରୀ ମଙ୍ଗରାଜ କହିଥିଲେ  । ଏହି ମିଶ୍ରଣ ପର୍ବରେ ପିପିଲି ବ୍ଳକର ବିଜେଡି ସଭାପତି ପ୍ରଫୁଲ ସ୍ୱାଇଁ, ବ୍ଳକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ନିର୍ବାଚନ ପ୍ରଚାର କମିଟିର ଅଧ୍ୟକ୍ଷ ଧରିଣୀ ଧର ସାହୁ, ବ୍ଳକ ବିଜେଡି ଦଳର ଉପସଭାପତି ଚିନ୍ମୟ ମହାପାତ୍ର, ନାରଣ ସ୍ୱାଇଁ, କିଶୋର ଛୋଟରାୟ, ସାମାଜିକକର୍ମୀ ଆରର୍ତ୍ତବନ୍ଦୁ ସମାନ୍ତରାୟଙ୍କ ସହ ବିଭିନ୍ନ ବିଜେଡି କର୍ମୀ ମାନେ ଉପସ୍ଥିତ ରହିଥିଲେ  । ପ୍ରଦୀପ ମହାରଥୀ ସମସ୍ତଙ୍କୁ ବିଜେଡି ଦଳର ଟୋପି ଓ ଉତ୍ତରୀୟ ପକାଇ ଦଳରେ ସାମିଲ କରାଇଥିଲେ  ।
 ପିପିଲିରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts