ଅଜ୍ଜୁନଗୋଦା ଗ୍ରାମରେ ମହିଳା କଂଗ୍ରେସ ରାଷ୍ଟିୟ ଅଧ୍ଯକ୍ଷା
ପିପିଲି-ପିପିଲି ବହୁ ଚର୍ଚ୍ଚିତ ବେବିନା ହତ୍ୟାକାଣ୍ଡ ର ଅଭିଯୁକ୍ତ ନ୍ୟାୟଳୟରୁ ପ୍ରମାଣ ଅଭାବରୁ ଖସି ଯିବାପରେ ରାଜିନିତି ଯୋର ଧରିଛି । ସବୁ ରାଜନୈତିକ ଦଳ ପକ୍ଷରୁ ଆନ୍ଦୋଳନ କୁ ଦିନ କୁ ଦିନ ତ୍ରିବ କରୁଛନ୍ତି । ଗୁରୁବାର ଅପରାହ୍ଣ ୫ ଘଟିକାରେ ମହିଳା କଂଗ୍ରେସ ରାଷ୍ଟ୍ରିୟ ଅଧକ୍ଷା ସୁସ୍ମିତା ଦେବ ପିପିଲି ଅଜ୍ଜୁନଗୋଦା ଗ୍ରାମ ବେବିନା ଘରେ ପହଞ୍ଚି ତା ମା କମଳା ବେହେରା କୁ ଭେଟିଛନ୍ତି । ଏବଂ ସେଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ କହିଛନ୍ତି ବଳକ୍ରାର ଘଟଣା କୁ ନେଇ ରାଜନିତି ନହେଉ ପ୍ରକୃତ ଦୋଷି ଦଣ୍ଡ ପାଇବା ଦରକାର । ଏହି ଜଘନ୍ୟ ଘଟଣାକୁ ପୁର୍ନବାର ତଦନ୍ତ କରିବା ପାଇଁ ସିବିଆଇ କୁ ଦିଆଯାଉ । ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ନିଜେ ଗୃହ ବିଭାଗକୁ ହାତରେ ରଖି ଥିବାରୁ ସେ ଇସ୍ତଫା ଦିଅନ୍ତୁ । ବେବିନା ପରିବାର ନ୍ୟାୟ ପାଇବା ପର୍ଯ୍ୟନ୍ତ ମହିଳା କଂଗ୍ରେସ ଅନ୍ଦୋଳନ କରିବ ବୋଲି ଅଧକ୍ଷା କହିଥିଲେ । ରାଜ୍ୟ ମହିଳା କଂଗ୍ରେସ ଅଧକ୍ଷା ସୁମିତ୍ରା ଜେନାଙ୍କ ନେତୃତ୍ୱରେ ଏକ ମହିଳା କଂଗ୍ରେସ ଟିମ ରାଜ୍ୟପାଳ ଙ୍କୁ ଭେଟି ଏହି ଘଟଣାର ସିବିଆଇ ତଦନ୍ତ କରିବା ନେଇ ସ୍ମାରକ ପତ୍ର ଦେବବୋଲି ଜଣାପଡିଛି । ରାଜ୍ୟ ମହିଳା କଂଗ୍ରେସ ଅଧକ୍ଷା ସୁମିତ୍ରା ଜେନା,ପୁର୍ବତନ ମହିଳା କଂଗ୍ରେସ ଅଧକ୍ଷା ବିଜୟ ଲକ୍ଷ୍ମି ସାହୁ,ପିସିସି ଉପସଭାପତି ଶିବରାଜ ରାୟ,ବରିଷ୍ଠ ଆଇନିଜିବି ଧରଣିଧର ନାୟକ,ମାନସ ମଲ୍ଲିକ,ରାଜ୍ୟ ମହିଳା କଂଗ୍ରେସ ନେତ୍ରି ନିରୁପମା ପାତ୍ର,ଅର୍ଚ୍ଚନା ନନ୍ଦି,ଜି ରୁଦ୍ରରାୟ ପ୍ରମୁଖ ଉପସ୍ଥିତ ରହିଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର