ପିପିଲି ବ୍ଳକର ଉନ୍ନୟନ ମୂଳକ କାର୍ଯ୍ଯର ସମୀକ୍ଷା କଲେ ;ପୂର୍ବତନ ପଞ୍ଚାୟତରାଜ ମନ୍ତ୍ରୀ
ପିପିଲି-ପିପିଲି ବ୍ଲକ କାର୍ଯ୍ୟାଳୟରେ ପୁର୍ବତନ କୃଷି ଓ ପଞ୍ଚାୟତ ରାଜ ମନ୍ତ୍ରୀ ତଥା ସ୍ଥାନିୟ ବିଧାୟକ ପ୍ରଦୀପ ମହାରଥୀଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ତଦାରଖ କରାଯାଇଛି । ପିପିଲି ବ୍ଲକ ଅଧିନରେ ଥିବା ସମସ୍ତ ପଞ୍ଚ।।ୟତରେ ବିଶେଷ କରି ବିଜୁ ପକ୍କାଘର,ଭତ୍ତା,ଅଙ୍ଗନୱାଡି ଗୃହ ନିର୍ମାଣ,ମହିଳା ମିଶନ ଶକ୍ତି ଯୋଜନା,ରାସନକାର୍ଡ,ପାନିୟ ଜଳ ଯୋଗାଣ, କଂକ୍ରିଟ ରାସ୍ତା ନିର୍ମାଣ ଓ ରାସ୍ତା ମରାମତି ଓ ରାସ୍ତା ସମ୍ପ୍ରସାରଣ,ଆମ ଗାଁ ଆମ ବିକାଶ ଯୋଜନା କାର୍ଯ୍ୟକ୍ରମ ଓ କାଳିଆ ଯୋଜନା ଉପରେ ବିଭାଗିୟ ଅଧିକାରି ମାନଙ୍କ ଠାରୁ ଉନ୍ନୟନ ମୁଳକ କାର୍ଯ୍ୟ ଠିକ ସେ ହେଉଛି କି ନାହିଁ ପଚାରି ବୁଝିଥିଲେ । ଏହି ଉନ୍ନୟନ ମୁଳକ କାର୍ଯ୍ୟରେ ଉପସ୍ଥିତ ଥିବା ସରପଞ୍ଚ ସମିତିସଭ୍ୟ/ସଭ୍ୟା ମାନଙ୍କୁ ଗ୍ରାମ ମାନଙ୍କରେ ଥିବା ଉନ୍ନୟନ ମୁଳକ ନିର୍ମାଣ କାର୍ଯ୍ୟ ଗୁଡିକ ଯଥା ଶିଘ୍ର ସାରିବା ପାଇଁ ପୁର୍ବତନ ମନ୍ତ୍ରୀ ଶ୍ରୀ ମହାରଥୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ବ୍ଲକ ଅଧକ୍ଷା କଳ୍ପନା ସାମନ୍ତରାୟ,ଉପାଧକ୍ଷ ଯୁଧିଷ୍ଠିର ସ୍ୱାଇଁ,ସାସଂଦ ପ୍ରତିନିଧି ପ୍ରପୁଲ୍ଲ କୁମାର ସ୍ୱାଇଁ,ଆତ୍ମା ଅଧକ୍ଷ ଧରଣିଧର ସାହୁ,ବିଡିଓ ପିପିଲି ଶ୍ୟାମ ସୁନ୍ଦର ଟୁଡୁ,ବ୍ଲକ ସହକାରି ଯନ୍ତ୍ରୀ ସୁବାଷ ଚନ୍ଦ୍ର ସ୍ୱାଇଁ,ପଂଚାୟତ ନିର୍ବାହି ଅଧିକାରୀ ରାଜରାଜ ମଇଦ ପ୍ରମୁଖ ଉପସ୍ଥିତ ଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର