ଡେଲାଙ୍ଗରେ ଭାରତ ବନ୍ଦ ଆଂଶିକ ସଫଳ : ୪ଘଣ୍ଟା ରେଳ ରୋକ
ଡେଲାଙ୍ଗ ----- ରେଳ ବିଭାଗର କେତେକ ତ୍ରୁଟିପୂର୍ଣ୍ଣ ଅଧିକାରୀଙ୍କ ଯୋଗୁ ହାୱାଡ- ପୁରୀ ଏକ୍ସପ୍ରେସ ଟ୍ରେନ ଚାରିଘଣ୍ଟାରୁ ଅଧିକ ସମୟ କଣାସ ରୋଡରେ ଅଟକିଲା । ଭାତର ବନ୍ଦ ଡାକରା ସମଗ୍ର ଦେଶରେ ଚାଲିଥିବା ବେଳେ ଖୋର୍ଦ୍ଧାରୋଡରୁ ଟ୍ରେପକୁ ଛାଡି ଦେବା ପରେ ଉକ୍ତ ଟ୍ରେନରେ ଥିବା ପାସେଞ୍ଜର କଣାସରୋଡରେ ନାହିଁ ନଥିବା ଅସୁବିଧା ଭୋଗିଥିବାର ଜଣାପଡିଛି । ଡେଲାଙ୍ଗରେ ଏଆଇସିସିଟିୟୁ ଗୁରୀ ଜିଲ୍ଲା କମିଟି ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଇଛି । କିଷାନ ପଟ୍ଟନାକୟ, ଲିଟୁ ଲାଲ, ସତ୍ୟବାନ ପ୍ରଧାନ, ରାମଚନ୍ଦ୍ର ମାହାରଣା, ତ୍ରିଲୋଚନ ବେହେରା , ସାବିତ୍ରି ଜେନା ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ କର୍ମୀ ମାନେ ମୋଦି ହଟାଅ, କୃଷକ ଶ୍ରମିକ ବଞ୍ଚାଅ ବ୍ୟାନର ଧରି ହରତାଳ କରିଥିଲେ । ବେରବୋଇ ଲେବୁଲ କ୍ରଂସି ଓ କଣାସ ରୋଡ ରେଳ ଷ୍ଟେସନ ଠାରେ ପୁରୀ ଅଭିମୁଖେ ଆସୁଥିବା ହାଓଡା-ପୁରୀ ଏକ୍ସପ୍ରେସ ଟ୍ରେନକୁ ଅଟକାଇ ହରତାଳ କରିଥିଲେ । ୧୧ ଦଫା ଦାବି ନେଇ ବିଭିନ୍ନ ଟ୍ରେଡ ୟୁନିୟନ ସଂଗଠନ ଦେଶବ୍ୟାପି ୨ ଦିନିଆ ବନ୍ଦ ଡାକରା ଦେଇଛନ୍ତି । ଆଜି ହୋଉଛି ବନ୍ଦର ପ୍ରଥମ ଦିବସ । ଡେଲାଙ୍ଗରେ ସମସ୍ତ ଶିକ୍ଷା ଅନୁଷ୍ଠାନ ଗୁଡିକ ବନ୍ଦ ରହିଥିବା ବେଳେ ସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ ରହିଥିଲା । ସେହିପରି ବ୍ୟାଙ୍କ ଗୁଡିକ ଅଂ।।ଶିକ ଖୋଲା ରଖିଥଲେ ମଧ୍ୟ ବ୍ୟବସାୟ ବନ୍ଦ ରହିଥିଲା । ରାସ୍ତାରେ ଭାରିଯାନ ଗୁଡିକ ଚଳାଚଳ କରିନଥିଲା । ଦେକାନ ବଜାର ଗୁଡିକ ଖୋଲା ରହିଥିବା ବେଳେ ବଜାରକୁ ଜନସାଧାରଣ ଆସିନଥିଲେ । ଡେଲାଙ୍ଗରେ ଭାରତ ବନ୍ଦ ଅଂଶିକ ସଫଳତା ହୋଇଥିବାର ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି