କନ୍ଧମାଳରେ ଭାରତ ବନ୍ଦ ଆଂଶିକ ସଫଳ
ବାଲିଗୁଡା----ବିଭିନ୍ନ ଟ୍ରେଡୟୁନିୟନ ଗୁଡିକ ଦୁଇଦିନ ଭାରତ ବନ୍ଦଡାକରା ଦେଇଥିବାବେଳେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।କିନ୍ତୁ କନ୍ଧମାଳର ବାଲିଗୁଡା,କୋଟଗଡ,ରାଇକିଆ,ନୂଆଗାଁ, ଦାରିଙ୍ଗବାଡି,ଜିଉଦୟଗିରୀ ଆଦି ସ୍ଥାନରେ କାଁଭା ଦୋକାନ ବଜାର ବନ୍ଦରହିଥିଲା । ଗାଡିମୋଟର ଚଳାଚଳ ସଂପୂଣ୍ଣ ଭାବରେ ବନ୍ଦଥିବାରୁ ରାସ୍ତାକଡରେ ଲମ୍ବା ଧାଡିରେ ବସ ଗୂଡିକ ଠିଆ ହୋଇଥିବା ଦେଖିବାକୁ ମିଳିଛି । ବ୍ୟାଙ୍କ,ପୋଷ୍ଟଅଫିସ,କୋର୍ଟ,ସ୍କୁଲ, କଲେଜ ବନ୍ଦ ରହିଥିବାବେଳେ ବ୍ଳକ,ତହସିଲ, ଉପଜିଲ୍ଲାପାଳଙ୍କ ଦପ୍ତର ଭିତରେ କାଯ୍ୟ ଚାଲିଥିବା ଦେଖିବାକୁ ମିଳିଥିଲା ।ଗାଡି ଚଳାଚଳ ବନ୍ଦଥିବାରୁ ଯାତ୍ରିମାନେ ନାହିଁନଥିବା ହଇରାଣ ହୋଇଥିଲେ ।କିନ୍ତୁ ଏହି ବନ୍ଦଡାକରାରେ କାଁଭାଁ ଟ୍ରେଡୟୁନିୟନ,କଂଗ୍ରେସ କର୍ମି ଓ ନେତାଙ୍କୁ ଦେଖିବାକୁ ମିଳିଥିଲା ।ଆଇନ ସୃଙ୍ଖଳାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଛକ ମାନଙ୍କରେ ପୋଲିସ ମୃତୟନ ହୋଇଥୀଲା । ଏହି ବନ୍ଦଡାକରା ବାଲିଗୁଡା ସମେତ କନ୍ଧମାଳରେ ସେପରି ସଫଳ ହୋଇନଥିବା ଲୋକମାନେ ଆଲୋଚନା କରୁଥିବା ଜଣାପଡିଛି ।
କନ୍ଧମାଳରୁ ମନୋଜ ପଣ୍ଡା