Breaking News

ସିପ୍କଟ୍ରାକୋରେ କାହ୍ନୁ ଆନ୍ତର୍ଜାତୀୟ ସ୍ତରରେ ଖେଳିବା ପାଇଁ ମନୋନୀତ

ଡେଲାଙ୍ଗ----ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକର ସରକାରୀ ଉଚ୍ଚ ବିଦ୍ୟାଳୟ ବେରବୋଇ ବିଦ୍ୟାଳୟର ଛାତ୍ର କାହ୍ନୁ ବେହେରା ସିପକଟ୍ରାକୋ ଖେଳରେ ଜାତୀୟ ସ୍ତରରେ ଅଂଶ ଗ୍ରହଣ କରି ସଫଳତା ପାଇଥିଲେ ।  ଚୟନ କାରୀଙ୍କ ଦ୍ୱାରା ଆନ୍ତର୍ଜାତୀୟ ସ୍ତରରେ ଖେଳିବା ପାଇଁ ସେ ମନୋନୀତ ହୋଇଥିବା ବିଦ୍ୟାଳୟର କ୍ରୀଡା ଶିକ୍ଷକ ନିରଞ୍ଜନ ମିଶ୍ରଙ୍କ ଠାରୁ ସୂଚନା ମିଳିଛି । ଜାନୁୟାରୀ ୧୦ ତାରିଖରୁ ଫେବୃୟାରୀ ୯ ତାରିଖ ପର୍ଯ୍ୟନ୍ତ ଔରାଙ୍ଗବାଦ ଠାରେ ପ୍ରଶିକ୍ଷଣ କାହ୍ନୁ ନେବ ବୋଲି ଜଣାପଡିଛି । କାହ୍ନୁ ଏଠାରୁ ତାଲିମ ନେଇ ଆନ୍ତର୍ଜାତୀୟ ସ୍ତରରେ ଖେଳ ଖେଳି ନିଜ ଗ୍ରାମ, ରାଜ୍ୟ ଓ ଦେଶର ନାମ ରଖିବା ପାଇଁ ବିଦ୍ୟାଳୟରେ ତାଙ୍କୁ ସ୍ୱାଗତ କରାଯିବା ସହ ତାଙ୍କର ଉତ୍ତୋରତର କାମନା ପ୍ରଭୁ ଜଗନ୍ନାଥଙ୍କ ପାଖରେ କରାଯାଇଥିଲା । ସ୍ୱାଗତ ସମ୍ମର୍ଦ୍ଧନା ଉତ୍ସବରେ ମଣ୍ଡଳ ଶିକ୍ଷାଧିକାରୀ ନିରଞ୍ଜନ ପାତ୍ର ଛାତ୍ର କାହ୍ନୁଙ୍କୁ ମିଠା ଖୁଆଇ ଖେଳ ପ୍ରତି ଧ୍ୟାନ ଦେବା ସହ ପ୍ରଶିକ୍ଷକଙ୍କ କଥାକୁ ମନଧ୍ଯାନ ଦେଇ ଖେଳିଲେ ନିଶ୍ଚୟ ସଫଳତା ପାଇବ ବୋଲି ଶ୍ରୀ ପାତ୍ର କାହ୍ନୁକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ, ଶିକ୍ଷକ ତୁଷାର କାନ୍ତ ନାୟକ, ସିଆରସିସି ଦିଲ୍ଲୀପ କୁମାର ନାୟକ ଯେଉଁ ବୀର ମାଟିର ତୁ ପୁଅ ସେହି ମାଟିର ନାମ ଯେପରି ରଖିବୁ ବୋଲି କହିବା ସହ ତାକୁ ଉତ୍ସାହିତ କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ସାହୁ, ଶି୪ୟତ୍ରୀ ରିନାରାଣୀ ସାହୁ, ସୌଭାମିନି ପ୍ରଧାନ, ଜ୍ୟୋତିପିୟା ସାହୁ, କାମିନି ବେହରା, ରୋଜିତା ସାହୁଙ୍କ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ସ୍ୱାଗତ ସମ୍ମର୍ଦ୍ଧନା ଉତ୍ସବରେ ଉପସ୍ଥିତ ରହି କାହ୍ନୁର ମଙ୍ଗଳ କାମନା କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts