Breaking News

ଡେଲାଙ୍ଗ ବ୍ଳକର ରେଙ୍ଗଳ ପଞ୍ଚାୟତରେ ପ୍ରଥମ କରି ସରକାରି ଧାନମଣ୍ଡି ଖୋଲିଲା


ଡେଲାଙ୍ଗ------ ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ରେଙ୍ଗଳ ଗ୍ରାମ ପଞ୍ଚାୟତର  ଜନ କଲ୍ୟାଣ ସେବା ସମବାୟ ସମିତି ପକ୍ଷରୁ ରବିବାର ଦିନ ସରକାରୀ ଧାନମଣ୍ଡି ଉଦ୍ଘାଟନ ହୋଇଯାଇଛି । ଉକ୍ତ ପଞ୍ଚାୟତରେ ପ୍ରଥମକରି ସରକାରୀ ଧାନମଣ୍ଡି ଖୋଲିଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖୋଳିଛି । ପୂର୍ବତନ କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଯୋଗୁ ଏହା ସମ୍ବବପର ହୋଇ ପାରିଛି ବୋଲି ଅନୁଷ୍ଠିତ ସଭାରେ ଅତିଥି ମାନେ ମତ ପ୍ରକାଶ କରିଥିଲେ  ।  ସମିତିର ସଭାପତି ପ୍ରଭାକର ବେହେରା, ସରପଞ୍ଚ ଗନ୍ଧର୍ବ ବେହେରା, ସମିତସଭ୍ୟ ସନ୍ତୋଷ ସେଠୀ ଧାନମଣ୍ଡି ଉଦ୍ଘାଟନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ସମ୍ମଳିତ ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କର ପୁରୀ ଶ୍ରୀକ୍ଷେତ୍ର ଶାଖାର ସୁପରଭାଇଜର ପ୍ରଫୁଲ କୁମାର ସ୍ୱାଇଁ, ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କର ଡେଲାଙ୍ଗ ଶାଖାର ସୁପରଭାଇଜର ଶ୍ୟାମ ସୁନ୍ଦର ମୁଦୁଲି , ପୂର୍ବତନ ସରପଞ୍ଚ ପଦ୍ମଚରଣ ସାମନ୍ତରାୟ, ସମିତିସଭ୍ୟ ବିଭୂତି ଭୂଷଣ ସାମନ୍ତସିଂହାର, ସମିତିର ପୂର୍ବତନ ସଭାପତି ପ୍ରତାପ ପଟ୍ଟନାକୟ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ଖୋଲିଥିବା ଧାନମଣ୍ଡିରେ ଧାନ ବିକ୍ରୟ କରି ଚାଷୀ ମାନେ ଲାଭବାନ ହେବାକୁ ଅତିଥି ମାନେ ମତ ପ୍ରକାଶ କରିଥିଲେ  । ଅଗ୍ରଣୀ ଚାଷୀ ପଞ୍ଚାନନ ପରିଡା, ମହେଶ୍ୱର ବେହେରା, ଉଲ୍ଲାସ ବଳିୟାରସିଂହ, କେଳୁ ଚରଣ ପରିଡା, ତ୍ରୀନାଥ ପରିଡା ଓ ବିଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ  । ପ୍ରଥମ ଦିନ ପ୍ରାୟ ୧୦୧ କୁଇଣ୍ଟାଲ ଧାନ ଚାଷୀ ମାନଙ୍କ ଠାରୁ ସମବାୟ ସମିତି କିଣିଥିଲା । ପଞ୍ଚାୟତର ବିଜୁ ଯୁବ ବାହୀନିର ସଭାପତି ପ୍ରଶାନ୍ତ ବଳିୟାରସିଂହ ଓ ସମବାୟ ସମିତିର ସମ୍ପାଦକ ସଭାକାର୍ଯ୍ୟ ପରିଚାଳନା କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତ

Blog Archive

Popular Posts