Breaking News

ଚୋର ମାନଙ୍କର ଏବେ ନଜର ମନ୍ଦିର ଓ ମଠ

ଡେଲାଙ୍ଗ------ ଡେଲାଙ୍ଗ ଥାନା ଅନ୍ତର୍ଗତ ଅରିଶଲ ଗ୍ରାମ ପଞ୍ଚାୟତର ନାରପୁର ଗ୍ରାମରେ ଥିବା ମହାବୀର ମନ୍ଦିର ଥିବା ଦାନ ବାକ୍ସ ଭାଙ୍ଗି ଶନିବାର ବିଳମ୍ବିତ ରାତିରେ କୌଣସି ଦୁବୁର୍ତ୍ତ ଚୋରୀ କରିଥିବା ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଡେଲାଙ୍ଗରେ ପୋଲିସକୁ ଚୋର ମାନେ ଚାଲେଞ୍ଜ ଦେଇ ଆସୁଛନ୍ତି । ଏବେ ନଜର ପଡିଛି ଗ୍ରାମ ମାନଙ୍କରେ ଥିବା ଠାକୁର ଠାକୁରାଣୀଙ୍କ ମନ୍ଦିର ଉପରେ । ସୁଚନାଯୋଗ୍ୟ ଯେ ଶନିବାର ସଂଧ୍ୟାରେ ପୂଜାରି ଠାକୁରଙ୍କ ନୀତିକାନ୍ତି ସାରିବା ପରେ ମନ୍ଦିର ବନ୍ଦ କରି ଘରକୁ ଯାଇଥିଲେ । ରବିବାର ଦିନ ସକାଳୁ ମନ୍ଦିର ଖୋଲିବା ପାଇଁ ଆସିଲା ବେଳକୁ ମନ୍ଦିରରେ ଥିବା ଦାନବାକ୍ସ ଭଙ୍ଗା ହୋଇ ପଡିଛି । ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ଓ ପୂଜାରୀ ମିଳିତ ଭାବରେ ଡେଲାଙ୍ଗରେ ଥାନାରେ ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି । ଏହି ଦାନବାକ୍ସରେ ପ୍ରାୟ ୩୦ ରୁ ୪୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗରେ ଉଲ୍ଲେଖ କରିଥିବା ଜଣାପଡିଛି । ଡେଲାଙ୍ଗ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୁରେନ୍ଦ୍ର ସେନାପତି

Blog Archive

Popular Posts