ବିବାଦୀୟ ମନ୍ତବ୍ଯ ଦେଈ ଶେଷରେ ଇସ୍ତାଫା ଦେଲେ କୃଷି ଓ ପଞ୍ଚାୟତରାଜ ମନ୍ତୀ ଶ୍ରୀ ମହାରଥୀ
ସାକ୍ଷୀଗୋପାଳ---- କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ରବିବାର ଇସ୍ତାଫା ଦେଇଛନ୍ତି । ଯାହାକି ସମଗ୍ର ଓଡିଶାରେ ଆଲୋଚନାର ବିସୟ ବସ୍ତୁ ହୋଇଛି। ପିପିଲି ପିଡୀତା ଓ ହତ୍ୟା ମାମଲାରେ ନିଜର ମନ୍ତବକୁ ନେଇ ବିବାଦ ଘେରକୁ ଆସିଥିଲେ ଶ୍ରୀ ମହାରଥୀ । ୨୦୧୨ ମସିହାରେ ଏହି ଘଟଣାକୁ ନେଇ ଇସ୍ତାଫା ଦେଇଥିଲେ । ସେହି ଘଟଣାର ରାୟ ପ୍ରକାଶ ପାଇବା ପରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡିଯାଇଥିଲେ ଶ୍ରୀ ମହାରଥୀ । ରବିବାର ଦିନ ସେ ତାଙ୍କର ଇସ୍ତାଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇ ଦେବା ପରେ ପରେ ଏକ ସମ୍ବାଦିକ ସମ୍ମଳନୀ କରିଥିଲେ । ଏଥିରେ ସେ କହିଥିଲେ ବିଜୁ ଜନତା ଦଳର ମୁଁ ଜଣେ ସଚ୍ଚୋଟ କର୍ମୀ । ୩୫ ବର୍ଷ ହେଲା ଏହି ଦଳରେ ରହିଛି । ୬ ଥର ବିଧାୟକ ହୋଇଛି । ମୋର ଗଭୀର ସନମାନ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟଙ୍କ ଉପରେ । ମୋ ପାଇଁ ମୋ ଦଳ ଉପରେ ଚାପ ନ ପଡୁ ତାହା ମୁଁ ଚାହୁଁନାହିଁ ଏଣୁ ମୁଁ ସ୍ୱଇଛାରେ ଇସ୍ତାଫା ଦେଇଛନ୍ତି ବୋଲି କହିଛନ୍ତି । ମାତ୍ର ଇସ୍ତାଫ ଦେବା କଥା ପ୍ରଚାର ହେବାମାତ୍ରେ ଭୁବନେଶ୍ୱର କ୍ୱାଟରରେ ଶ୍ରୀ ମହାରଥୀଙ୍କ ସମର୍ଥକଙ୍କ ପ୍ରବଳ ଗହଳି ଲାଗିଥିବାର ଦେଖାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି