Breaking News

କୋଶଳି ସାହିତ୍ଯ ସେବା ସଦନର ନୂତନ କର୍ମକର୍ତ୍ତା ଚୟନ


ବଙ୍ଗୋମୁଣ୍ଡା--- ବଙ୍ଗୋମୁଣ୍ଡା ବ୍ଲକ ଗୋହିରାପଦର ଗ୍ରାମ ର କମ୍ୟୁନିଟି ହଲରେ  ଏକ ବୈଠକ ଦେବରାଜ ମେହେର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ କୋଶଳୀ ଭାଷା,କୋଶଳି ସାହିତ୍ୟ,କଳା,ସଂସ୍କୃତି ଐତିହ୍ୟ କୁ ବଞ୍ଚାଇ ରଖିବା ଏବଂ ଜନମାନସରେ ପ୍ରଚାର ପ୍ରସାର କରିବା ପାଇଁ ଆଲେଚନା କରାଯାଇଥିଲା  । ଅସହାୟ ଙ୍କୁ ସହୟତା କରି ସମାଜ ସେବାରେ ସଂଯୁକ୍ତ ହେବା ନେଇ ଆଲୋଚନା କରାଯାଇଥିଲା । ଏହିଅବସରରେ ‘କୋଶଳି ସାହିତ୍ୟ ସେବା ସଦନ’ ଗୋହିରାପଦର ନାମକ ଏକ ନୂତନ ସଂଗଠନ ଗଠନ କରାଯାଇଥିଲା । ସର୍ବ ସମ୍ମତି କ୍ରମେ ସଂଗଠନର ସଭାପତି ଭାବେ ଦେବରାଜ ମେହେର,ଉପସଭାପତି ରାମକ୍ରିଷ୍ଣ ପ୍ରଧାନ,ସଂପାଦକ ଜୟକୃଷ୍ଣ ମେହେର,ସହ ସଂପାଦକ ପବିତ୍ର ମେହେର,ଓ କାର୍ଯ୍ୟକାରୀ ସଦସ୍ୟ ବ୍ରଜମୋହନ ମେହେର,ଭବାନୀ ଶଙ୍କର ସୁନା,ଉମାଶଙ୍କର ପୁଞ୍ଜି,ଗୁଣନିଧି ମେହେର,ମେଘନାଦ ମେହେର,କ୍ଷମାସାଗର ମେହେର,ତିବ୍ରରାଜ ମେହେର,କ୍ଷମାସାଗର ମେହେର,ବୃଷଭ ମାଝୀ ପ୍ରମୁଖ ଙ୍କୁ ଚୟନ କରାଯାଇଥିଲା ।ଉମାଶଙ୍କର  ପୁଞ୍ଜି ଧନ୍ୟବାଦ ଅର୍ପଣ କରିଥିଲେ । 

ବଙ୍ଗୋମୁଣ୍ଡାରୁ ଅଶୋକ ଭୋଇ

Blog Archive

Popular Posts