Breaking News

ସେବାଶ୍ରମରେ ମାଗଣାରେ ଖଟୁଛନ୍ତି ସେବିକା

କନ୍ଧମାଳ-----କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଭାଲିଆପାଣି ସେବାଶ୍ରମରେ ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣାରେ ପଢିବା,ଖାଇବା,ପିନ୍ଧିବା ଭଳି ସୁବିଧା ଯୋଗାଇ ଦେଇଛନ୍ତି ରାଜ୍ୟସରକାର । ଏହି ଆଶ୍ରମରେ ଛାତ୍ରୀମାନଙ୍କ ବିଭିନ୍ନ ପ୍ରକାରର ସୁବିଧା ଅସୁବିଧା ବୁଝୀବାକୁ ନିଯୁକ୍ତି ହୋଇଛନ୍ତି CCA ବା ସେବିକା । ଏହି CCA ମାନେ ଛାତ୍ରୀମାନଙ୍କ ବିଭିନ୍ନ ଦାୟିତ୍ବ ତୁଲାଇଥାନ୍ତି ତଥା ରୋଷେୟି କରିବା,ଘର ଓଳାଇବା ଓ ସଫାସୁତରା କରିବା,କୈଣସି ଛାତ୍ରୀର ଦେହଖରାପ ହେଲେ ସେମାନଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରିବା ଭଳି ଗୁରୁଦାୟିତ୍ବ ତୁଲାଇବାରେ ଏମାନଙ୍କ ଭୂମିକ ରହିଥାଏ ।ଏହି ଭଳି ଭାବରେ ତୁମୁଡିବନ୍ଧ ବ୍ଳକର ଭାଲିଆପାଣି ସେବାଶ୍ରମରେ ନିରନ୍ତି ମାଝୀ ନାମକ ମହିଳା ୨୦୧୬ ମସିହାରେ ନିଯୁକ୍ତି ହୋଇଛନ୍ତି । ଏହି CCAକୁ ଆଜକୁ ୩୨ମାସ ହେଲା ନିଯୁକ୍ତି ମିଳିଥିଲେ ମଧ୍ୟ ବର୍ତ୍ତମାନ ସୁଧା ନିରନ୍ତି ମାଝୀଙ୍କୁ ଦରମା ମିଳିନଥିବା ଅଭିଯୋଗ କରିଛନ୍ତି ।ଆଜକୁ ୩୨ମାସ ହେଲା ସେ ମାଗଣାରେ ଖଟୁଥିବାରୁ ଘର ଚଳାଇବାକୁ,ପିଲାମାନଙ୍କୁ ପାଠପଢାଇବାକୁ ସେ ଅସର୍ମଥ ଅଟନ୍ତି ବୋଲି ଲୁହଭରା ଆଖିରେ ପ୍ରକାଶ କରିଛନ୍ତି । ଏବିଷୟରେ WEO,DWEO,ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେମଧ୍ୟ କୈଣସି ଉଳ୍ଳପଦସ୍ତ ଅଧିକାରି ତାଙ୍କ କଥାକୁ କଣ୍ଣପାତ କରିନଥିବା ସେ ପ୍ରକଶ କରିଛନ୍ତି  ।ଗତ କିଛି ମାସତଳେ ନିରନ୍ତି ମାଝୀଙ୍କ ବିଷୟରେ ଗଣ ମାଧ୍ଯମରେ  ପ୍ରକାଶନ କରାଯିବା ପରେ  ସେତେବେଳେ ପ୍ରସାଶନର ନିଦଭାଙ୍ଗିବା ସହ CCAମାନଙ୍କ ଦରମା ଲାଗୁକରିବାକୁ ସମସ୍ତ CCAମାନଙ୍କ ଡକୁମେଣ୍ଟ ବିଭାଗକୁ ପଠାଇବାପାଇଁ କହିଥିଲେ ।ସମସ୍ତ ପ୍ରମାଣପତ୍ର ପଠାଯାଇଥିଲେ ମଧ୍ୟ ଜିଲ୍ଲାପ୍ରସାଶନ ଓ ଅନୁସୂଚିତ ଜାତି,ଜନଜାତି ବିଭାଗ ତରଫରୁ କୈଣସି କାଯ୍ୟନୁଷ୍ଠାନ ଗ୍ରହଣ କରାନଯିବା ଫଳରେ ଗରିବ ଶ୍ରେଣିର ଆଦିବାସୀ ମହିଳା ନିରନ୍ତିମାଝିଙ୍କୁ ବିନା ପ୍ରାପ୍ୟରେ ମାଗଣାରେ ସେବାଶ୍ରମରେ ଖଟିବାକୁ ପଡୁଅଛି ।ଏଣୁ ତୁରନ୍ତ CCA ନିରନ୍ତମାଝିଙ୍କୁ ଜିଲ୍ଲାପ୍ରସାଶନ ଓ ST,SC ବିଭାଗ ପକ୍ଷରୁ ୩୨ମାସର ଦରମା ପ୍ରଦାନ ସହିତ ସ୍ଥାୟି ନିଯୁକ୍ତି ଦେବାକୁ ଜଣସାଧାରଣରେ ଦାବୀ ହୋଉଛି । କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts