Breaking News

ଆଦିବାସୀ ନାବାଳିକା ଛାତ୍ରୀ ପ୍ରସବ ଘଟଣାକୁ ନେଇ କନ୍ଧମାଳ ବନ୍ଦ

ବାଲିଗୁଡା--- କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି  ଆବାସିକ ବିଦ୍ୟାଳୟରେ ଜଣେ ଆଦିବାସୀ ନାବାଳିକା ଅଷ୍ଟମ ଶ୍ରେଶୀର ଛାତ୍ରୀ ହଷ୍ଟେଲର ଗାଧୁଆଘରେ ପ୍ରସବ ହେବା ଗଟଣା ସାରା ରାଜ୍ୟରେ ଆଲେଚନାର ବିସୟ ବସ୍ତୁ ହୋଇପଡିଥିବା ବେଳେ ଏହି ଘଟଣାକୁ ସବୁ ଦଳ ପକ୍ଷରୁ ନିନ୍ଦା କରାଯାଇଛି । ତୁରନ୍ତ ଅଭିଯୁକ୍ତଙ୍କ ବିରୁଧରେ ଦୃଢ଼ କାର‌୍ୟ୍ୟନୁଷ୍ଠାନ ଗହଣ କରିବା ପାଇଁ ଦାବୀ କରାଯାଇଛି । ଗୋଟଏ ପକ୍ଷେ ରାଜ୍ୟ ସରକାର ଆଦିବାସି ମାନଙ୍କ ପାଇଁ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଥିବା ବେଳେ ଏହି ଘଟଣା ଏକ ସଫଳତାର ନମୁନା ବୋଲି ସ୍ତାନୀୟ ବୁଦ୍ଧିଜିବୀ ମାନେ କହିଛନ୍ତି ।  ଏହି ଘଟଣାକୁ ନେଇ କନ୍ଧମାଳ ସରୁକ୍ଷା ମଞ୍ଚ ଓ ଭାରତୀୟ ଜନତା ପାର୍ଟି ପକ୍ଷରୁ କନ୍ଧମାଳ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବରେ ବାଲିଗୁଡା, କ. ନୁଆଗାଁ, କୋଟଗଡ, ତୁମୁଡିବନ୍ଧ ଆଦି ଅଞ୍ଚଳରେ ବନ୍ଦ ସମ୍ପର୍ଣ୍ଣ ସଫଳ ହୋଇଛି ।  ବିଜେପି ପକ୍ଷରୁ ୨୧୭ନଂ ଜାତୀୟ ରାଜପଥ ଅବରୋଧ କରାଯାଇ ୮ ଦଫା ଦାବି ନେଇ ରାଜ୍ୟ ସରକାରଙ୍କ ବିରୁଧରେ ନାରାବାଜି କରୁଥିବାର ଦେଖାଯାଇଛି । ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଛି । ଗାଡି ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପୋଲିସ ପକ୍ଷରୁ ବନ୍ଦ ବେଳେ କୌଣସି ଦୁର୍ଘଟଣା ଯେପରି ନଘଟେ ସେଥିପ୍ରତି ନଜର ରଖାଯାଇଥିବା ଜଣାପଡିଛି ।
 କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts