ଡବଲ ଲାୟନ୍ସ ୮ଉଇକେଟରେ ଜିତି ଫାଇନାଲରେ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର କଲ୍ୟାଣପୁର ୟଙ୍ଗ ଷ୍ଟାର ପକ୍ଷରୁ ଚତୁର୍ଥ ବାର୍ଷିକ ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ୍ ମ୍ୟାଚ କଲ୍ୟାଣପୁର ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ରବିବାର ଦ୍ୱତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି । ଡବଲ ଲାୟନ୍ସ କ୍ରିକେଟ କ୍ଳବ ସହିତ ରାଇଜିଙ୍ଗ ଷ୍ଟାର କ୍ରିକେଟ କ୍ଳବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟଚ ଜିତି ରାଇଜିଙ୍ଗ ଷ୍ଠାର କ୍ରିକେଟ ଟିମ ବ୍ୟାଟିଂ କରି ୧୨ଓଭରରେ ୪ଉଇକେଟ ହରାଇ ୧୧୩ ରନ କରିଥିଲେ। ଜବାବରେ ଡବଲ ଲାୟନ୍ସ ଦଳ ୮.୩ ବଲରେ୨ ଉଇକେଟ ହରାଇ ୧୧୬ ରନ କରି ଫାଇନାଲ ମ୍ୟାଚ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛି । ବେଷ୍ଟ କ୍ୟାଚ ସୁବାଷ ନାୟକ ଓ ମ୍ୟାନ ଅଫ ଦି ମ୍ୟାଚ ଦୀପ୍ତି ରଂଜନ ମହାପାତ୍ର ବିବେଚିତ ହୋଇଥିଲେ । ଗଣେଶ ସ୍ୱାଇଁ ଓ ଅମର ପ୍ରଧାନ ମ୍ୟାଚ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି