Breaking News

ଭାଷା ହିଁ ଗୋଟିଏ ଜାତିର ଅସ୍ମିତାର ପରିଚୟ

 



କୋଣାର୍କ----

        ମଣିଷର ଭାଵ ପ୍ରକାଶର ପ୍ରମୁଖ ମାଧ୍ୟମ ହେଉଛି ଭାଷା। ଭାଷା ସାହିତ୍ୟର ପ୍ରାଣ। ସାହିତ୍ୟ ଗୋଟିଏ ଜାତିର ଇତିହାସ, ପରମ୍ପରା ଓ ସଂସ୍କୃତିର ପ୍ରତିଫଳନ। ଓଡ଼ିଆ ଭାଷା ହିଁ ଓଡ଼ିଆ ଜାତିର ଅସ୍ମିତାର ପରିଚାୟକ ବୋଲି ବିଶିଷ୍ଟ ବିଦ୍ୱାନମାନେ କୋଣାର୍କ ଉତ୍ସବ ଅଵସରରେ ଆୟୋଜିତ କୋଣାର୍କ ସାହିତ୍ୟ ଆସର'ରେ ଯୋଗ ଦେଇ ମତ ପ୍ରକାଶ କରିଛନ୍ତି। ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ  ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ କୋଣାର୍କ ସାହିତ୍ୟ ଆସର -୨୦୨୪ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସଵିତା ପ୍ରଧାନ ମୁଖ୍ୟ ଅତିଥିରୂପେ ଯୋଗଦେଇ ଏହି ସାରସ୍ୱତ ଉତ୍ସଵକୁ ଉଦଘାଟନ କରିଥିଲେ। ବରିଷ୍ଠ ସାହିତ୍ୟିକ ପ୍ରଫେସର ଡକ୍ଟର ଆଦିକନ୍ଦ ସାହୁ ମୁଖ୍ୟବକ୍ତା, ପ୍ରାଚୀ ସଂସ୍କୃତିର ଗଵେଷକ ଡକ୍ଟର ତ୍ରିନାଥ ପଟ୍ଟନାୟକ ସମ୍ମାନନୀୟ ଵକ୍ତା ଏଵଂ ସମ୍ମାନନୀୟ ଅତିଥିରୂପେ ନୃତ୍ୟଵିଦୁଷୀ ଡକ୍ଟର ସୁଜାତା ମହାପାତ୍ର ଓ  ସ୍ତମ୍ଭକାର ଲଳିତେନ୍ଦୁ ପଲାଉରୀ ଯୋଗଦେଇ ଭାଷା ଓ ଅସ୍ମିତାଜ୍ର ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରଫେସର ସଵିତା ପ୍ରଧାନ ଓଡ଼ିଆ ଭାଷା ବିକାଶର ବିଜ୍ଞାନଭିତ୍ତିକ ଦିଗ ସଂପର୍କରେ ଏଵଂ ପ୍ରଫେସର ଆଦିକନ୍ଦ ସାହୁ ଓଡ଼ିଆ ଜାତିର ଅସ୍ମିତାର ସୁରକ୍ଷା କ୍ଷେତ୍ରରେ ସଂପ୍ରତି  ମାତୃଭାଷା ଓଡିଆକୁ ରାଜଭାଷାରୂପେ ବ୍ୟବହାର କରିଵା ଦିଗରେ ପ୍ରଶାସନିକ କଳର ଉଦାସୀନତା ସଂପର୍କରେ ଵିଶଦ ଆଲୋଚନା କରିଥିଲେ। ସମାଜର ତୃଣମୂଳସ୍ତରରୁ ଓଡ଼ିଆ ଭାଷାର ଶୁଦ୍ଧ ବ୍ୟଵହାରକୁ ସୁନିଶ୍ଚିତ କରିଵା ପ୍ରତ୍ୟେକ ଓଡ଼ିଆଙ୍କର ଧ୍ୟେୟ ହେଵା ଉଚିତ୍ ଵୋଲି ଡକ୍ଟର ତ୍ରିନାଥ ପଟ୍ଟନାୟକ ମତପୋଷଣ କରିଥିଲେ । କୋଣାର୍କ ସାହିତ୍ୟ ସଂସଦର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସାରସ୍ୱତ ଆସରରେ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ସଂସଦର ସଂପାଦକ ରବୀନ୍ଦ୍ରନାଥ ବାହିନୀପତି। ଏହି ଅଵସରରେ ସାହିତ୍ୟ 'ଧରମାର  ସପ୍ତମ ସଂଖ୍ୟାକୁ ଅତିଥିମାନେ ଲୋକାର୍ପଣ କରିଥିଲେ। ଚଳିତବର୍ଷ କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ବରିଷ୍ଠ ସାହିତ୍ୟିକ ପ୍ରଫେସର ଡକ୍ଟର ଆଦିକନ୍ଦ ସାହୁଙ୍କୁ କୋଣାର୍କ ସାହିତ୍ୟ ସମ୍ମାନ, ଡକ୍ଟର ତ୍ରିନାଥ ପଟ୍ଟନାୟକଙ୍କୁ ଅର୍କପ୍ରଜ୍ଞା ସମ୍ମାନ, ନୃତ୍ୟବିଦୁଷୀ ଡକ୍ଟର ସୁଜାତା ମହାପାତ୍ରଙ୍କୁ କୋଣାର୍କ ଉତ୍ସବ ସମ୍ମାନ, ସ୍ତମ୍ଭକାର ଲଳିତେନ୍ଦୁ ପଲାଉରୀଙ୍କୁ ସାମ୍ବାଦିକ ସଂଗ୍ରାମ ସ୍ମୃତି ସମ୍ମାନ, ସାହିତ୍ୟିକ କୃପାସିନ୍ଧୁ ଵିଶ୍ୱାଳଙ୍କୁ ଲେଖକ ଵଳରାମ ମିଶ୍ର ସ୍ମୃତି ସମ୍ମାନ, କଣ୍ଠଶିଳ୍ପୀ ଗଗନ ବିହାରୀ ସ୍ୱାଇଁଙ୍କୁ ଅର୍କସ୍ୱର ସମ୍ମାନ, ଶିକ୍ଷୟିତ୍ରୀ ଲତିକା ମହାପାତ୍ରଙ୍କୁ ମା ରୁକ୍ମିଣୀ ଦେଵୀ ସ୍ମୃତି ସମ୍ମାନ, ଡକ୍ଟର ସୁଚିତ୍ରା ରଥଙ୍କୁ ଅର୍କସୁଧା ସମ୍ମାନ ଓ ଅଗ୍ନିଶମ ଅଧିକାରୀ ଜ୍ୟୋତି ପ୍ରକାଶ ରଥଙ୍କୁ କୋଣାର୍କ ସେଵା ସମ୍ମାନ ପ୍ରଦାନପୂର୍ଵକ ସମ୍ଵର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅଵସରରେ କୋଣାର୍କ ଉତ୍ସବର ପ୍ରଚ୍ଛଦପଟରେ ରହି  ପ୍ରଶଂସନୀୟ ସଂଗୀତ ଭୂମିକା ନିର୍ବାହ କରି ଆସୁଥିଵା ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀର କର୍ମଚାରୀ ଭଵାନୀ ଚରଣ ପଣ୍ଡା, ଭାବଗ୍ରାହୀ ସାହୁ ଓ ଦେବେନ୍ଦ୍ରନାଥ ମହାପାତ୍ରଙ୍କୁ କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଛ ଦେଇ ସମ୍ଵର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପ୍ରଥମ ଅଧିବେଶନରେ ଅନୁଷ୍ଠିତ ଆଲୋଚନା, ପୁସ୍ତକ ଲୋକାର୍ପଣ ଓ ସାରସ୍ଵତ ପ୍ରତିଭାଙ୍କୁ ସମ୍ଵର୍ଦ୍ଧନା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଅଧ୍ୟାପକ ଡକ୍ଟର ମୃତ୍ୟୁଞ୍ଜୟ ରଥ ଓ ଅଧ୍ୟାପିକା ଡକ୍ଟର ସରୋଜିନୀ ପାଣି। ଦ୍ୱିତୀୟ ଅଧିବେଶନରେ ଶିଶୁ ସାହିତ୍ୟିକ ପ୍ରକାଶ ଚନ୍ଦ୍ର ଖଟୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ କଵିତା ଓ ଗଳ୍ପ ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତିଥିରୂପେ ଯୋଗ ଦେଇଥିଲେ କଵି ରକ୍ଷକ ନାୟକ, କଵି ଉମାକାନ୍ତ ମହାପାତ୍ର ଓ କଵି ଭଗଵାନ ସାହୁ। କଵି ମହେନ୍ଦ୍ର କୁମାର ଦାଶ ଓ କବୟିତ୍ରୀ କଳ୍ପନା ମିଶ୍ରଙ୍କ ସଂଯୋଜନାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ କଵି ଓ ଗାଳ୍ପିକ ସ୍ବରଚିତ କଵିତା ଓ ଗଳ୍ପ ପାଠ କରିଥିଲେ।  ସମାଜସେବୀ ରାମକୃଷ୍ଣ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଂସଦର ଉପଦେଷ୍ଟା ଗୋପୀନାଥ କର, ସ୍ୱର୍ଣ୍ଣଲତା ତ୍ରିପାଠୀ, କବି ଚିତ୍ତରଞ୍ଜନ ବିଶ୍ୱାଳ, ରବୀନ୍ଦ୍ର କୁମାର ପ୍ରଧାନ, ନିରଞ୍ଜନ ତ୍ରିପାଠୀ, ଗୀତାଞ୍ଜଳି ସାହୁ, ଈଶାନ ମହାନ୍ତି, ପ୍ରଦୀପ କୁମାର ପ୍ରଧାନ, ନିଳାଦ୍ରୀ ସାହୁ, ସଵିତା ରଥ, ବାମଦେବ ଆଳୁକ, ପ୍ରିୟରଞ୍ଜନ ରଥ, ଦିଲ୍ଲୀପ କୁମାର ନାୟକ ଓ ଅଭୟ କୁମାର ଲେଙ୍କା ପ୍ରମୁଖ ସାରସ୍ୱତ ଆସର ପରିଚାଳନାରେ ସହଯୋଗ କରିଥିଲେ। କୋଣାର୍କ ରୁ ଅଜିତ ମଲିକଙ୍କ ରିପୋର୍ଟ,୭/ ୧୨/୨୦୨୪--୭,୫୫ Sakhigopal News,7/12/2024

Blog Archive

Popular Posts