ବାହାଡାପଦର ଠାରେ ୨୪ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ
ଭଞ୍ଜନଗର----- ଭଞ୍ଜନଗର ବ୍ଲକ ବାହାଡାପଦର ଠାରେ ଆସନ୍ତା୧୬ତାରିଖ ଠାରୁ୧୯ ତାରିଖ ପ୍ରଯ୍ୟନ୍ତ ଫେବୃଆରୀ 2025 ଚାରିଦିନ ଧରି ବିଶ୍ୱ ଶାନ୍ତି ଉଦ୍ଦେଶ୍ୟରେ ଚବିଶି କୁଣ୍ଡିୟ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ଗାୟତ୍ରୀ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି l ଶାନ୍ତିକୁଞ୍ଜ ହରିଦ୍ୱାର ର ନିର୍ଦେଶକ୍ରମେ ଉକ୍ତ ପ୍ରସ୍ତୁତି ବୈଠକରେ ମୁଖ୍ୟ କାର୍ଯ୍ୟବାହକ ପ୍ରଫୁଲ୍ଲ ଦାସ, ଜିଲ୍ଳା ସମ୍ପାଦକ ରଜନୀକାନ୍ତ ମହାପାତ୍ର, ପ୍ରମୋଦ ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମର ରୂପରେଖ, ଯଜ୍ଞର ମାହାତ୍ମ୍ୟ, କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଉପରେ ଆଲୋକପାତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜଗବନ୍ଧୁ ଜେନା, ନେତାଜୀ ବିଷୋୟୀ, ସନ୍ତୋଷ ଜେନା ଏହା ଉପରେ ମତାମତ ସହ ଏହାଯେପରି ଶାନ୍ତି ଶୃଙ୍ଖଳାର ସହ ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ସଫଳ ହେବ ତା ଉପରେ ବକ୍ତବ୍ୟ ରଖିଥିଲେ l ଆବଶ୍ୟକ ସ୍ଥଳେ ଆଖପାଖ ଗ୍ରାମର ମୁଖିଆ, ଯୁବଗୋଷ୍ଠୀଙ୍କ ସହଯୋଗ ପାଇଁ ଅନୁରୋଧ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l ଗାୟତ୍ରୀ ପରିବାର ତରଫରୁ ସିମାଞ୍ଚଳ ପାତ୍ର, ରଂଜିତ କୁମାର ବିଷୋୟୀ, ପାଣୁ ବlଡ଼ତ୍ୟl, ସୁଶାନ୍ତ କାଞ୍ଜିଆ, ସନ୍ତୋଷ ସାମଲ, ଯୋଗେନ୍ଦ୍ର ବlଡ଼ତ୍ୟl, ପ୍ରବୀଣ କୁମାର ଜେନା, ସୁବ୍ରତ ଜେନା, ପ୍ରେମ ବିଷୋୟୀ, ନିରାକାର ବିଷୋୟୀ, ବିଧାନ ନାୟକ, ଦଣ୍ଡପାଣି ଗୌଡ଼, ରବୀନ୍ଦ୍ର ବିଷୋୟୀ, ତୀର୍ଥବାସୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତା ଉପରେ ନିଜନିଜର ମତାମତ ରଖିଥିଲେ l ଶେଷରେ ନେତାଜୀ ବିଷୋୟୀ ଧନ୍ୟବାଦ ପ୍ରଦାନ ପରେ ଶାନ୍ତିପlଠ କରାଯାଇଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୧୨/୨୦୨୪----୮,୪୫ Sakhigopal News,2/12/2024