Breaking News

ପୌରପରିଷଦ ଦ୍ୱାରା ନିର୍ମିତ ଭାରୀଯାନ ପ୍ରବେଶ ନିଷେଧ ଗେଟ କୁ ନେଇ ଅନ୍ତେବାସୀଙ୍କ ଅସନ୍ତୋଷ



ଜଟଣୀ :-- ସ୍ଥାନୀୟ ପୌରପରିଷଦ କାର୍ଯ୍ୟାଳୟ ପରିସରରେ ପୌରନିର୍ବାହୀ ଅଧିକାରୀ ଏବଂ ଅନ୍ତେବାସୀଙ୍କ ମଧ୍ୟରେ କଥା କଟାକଟି ପର୍ଯ୍ୟନ୍ତ ଯାଇଛି l ସୂଚନା ଅନୁଯାଇ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୯ ଷଣ୍ଢପୁର ମୌଜାରେ ଅନେକ ସରକାରୀ କର୍ମଚାରୀ ତଥା ସାଧାରଣ ଜନତା ସ୍ଥିତି ବାନ ଜମି କିଣି ଉକ୍ତ ଜାଗାରେ ବସବାସପାଇଁ ଗୃହ ନିର୍ମାଣ କରୁଛନ୍ତି l ମୁଖ୍ୟ ରାସ୍ତା ଠାରୁ ଅନ୍ତେବାସୀ କିଣିଥିବା ଜମିର ଦୂରତ୍ୱ ୨୦୦ ରୁ ୨୫୦ ମିଟର ଅଟେ l ଉକ୍ତ ରାସ୍ତାର ଉଭୟ ପାର୍ଶ୍ୱରେ କିଛି ସରକାରୀ ଜାଗାରେ ଲୋକ ମଧ୍ୟ ଘର କରି ଅଛନ୍ତି l ଘର ନିର୍ମାଣ ପାଇଁ ଆବଶ୍ୟକ ସାମଗ୍ରୀ ଏକାକାଳୀନ କିଣିଲେ ଉଚିତ ମୂଲ୍ୟରେ ମିଳେ l କିନ୍ତୁ ଅତି ଦୁଃଖର ବିଷୟ ସ୍ଥାନୀୟ ପୌରପରିଷଦ ପକ୍ଷରୁ ଉକ୍ତ ରାସ୍ତାରେ ଭାରୀଯାନ ପ୍ରବେଶ ନିଷେଧ  ଗେଟ ନିର୍ମାଣ ଫଳରେ ଆମର ଘର ନିର୍ମାଣରେ ବାଧା ସୃଷ୍ଟି ହେଉଛି l ଉକ୍ତ ରାସ୍ତା ଏବଂ ପରିସୀମା ମୁଖ୍ୟ ରାସ୍ତା ରୂପେ ପରିଗଣିତ ହେଉଥିଲେ ମଧ୍ୟ ପୌରପରିଷଦ କତୃପକ୍ଷ କୌଣସି କାରଣ ନ ଥାଇ ହାଇଟ ଗେଟ ନିର୍ମାଣର ଉଦ୍ଦେଶ୍ୟ ଜଣାପଡ଼ୁନାହିଁ l ପୌରପରିଷଦ କତୃପକ୍ଷଙ୍କ ଉକ୍ତ ଆଦେଶ ୱାର୍ଡ ୯ ର ଅନ୍ତେବାସୀଙ୍କ ପକ୍ଷପାତିତାକୁ ଦର୍ଶାଉଛି l ବର୍ତ୍ତମାନ ଘର ନିର୍ମାଣରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାର ଏବଂ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ବୋଲି ଅଭିଯୋଗ ହେଇଛି l  ସ୍ଥିତିବାନ ଜାଗାରେ ଘର ନିର୍ମାଣ ନ କରାଇବା ଉଦ୍ଦେଶ୍ୟରେ କିପରି ହାଇଟ ଗେଟ ନିର୍ମାଣ କାହା ପରୋଚନାରେ ହେଉଛି ?। ଯେଉଁଠି ପୌରପରିଷଦର କମ ଚଉଡା ରାସ୍ତାରେ ଗୋଦାମ ଏବଂ ବ୍ୟବସାୟୀ କରଣ ସରଞ୍ଜାମ ଉଚ୍ଚ କ୍ଷମତା ସମ୍ପନ୍ନ ଗାଡି ଯିବା ଆସିବାରେ ନିୟମ ନାହିଁ ଏକ ନିର୍ଦ୍ଧିଷ୍ଟ ରାସ୍ତାକୁ ଅବରୋଧ କରିବା ପୌରପରିଷଦ କତୃପକ୍ଷଙ୍କ ହୀନ ଚକ୍ରାନ୍ତକୁ ଦର୍ଶାଉଛି l କେତେକ ମୁଷ୍ଟିମେୟ କାଉନସିଲର ଅର୍ଥ ଆଶାରେ ଉକ୍ତ ରାସ୍ତାରେ ହାଇଟ ଗେଟ ନିର୍ମାଣ କରି ତାଙ୍କର ବ୍ୟକ୍ତିଗତ ସ୍ୱାର୍ଥକୁ ଆଖି ଆଗରେ ରଖି ପ୍ରତିଶୋଧ ପରାୟଣ ହୋଇ ନାଗରିକ ମାନଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ କରୁଛନ୍ତି ବୋଲି ଜଣାପଡିଛି l  ପୌରନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିବାରେ ସେ କହିଲେ ସେଠାକାର କିଛି ଲୋକ ଭାରିଜାନ ଯିବା ଫଳରେ ରାସ୍ତା ଖରାପ ହେଉଯାଉଛି କହି ଅଭିଯୋଗ ପରେ ଆମର କାଉନସିଲ ମାଧ୍ୟମରେ ବିଚାର କରି ପୌରପରିଷଦ ତରଫରୁ ହାଇଟ ଗେଟ ନିର୍ମାଣ କରିଛୁ l କିନ୍ତୁ କେଉଁମାନେ ଅଭିଯୋଗ କରିଛନ୍ତି ତାହା ସଠିକ ଭାବେ କହିପାରିଲେ ନାହିଁ l ତେଣୁ ଆମ୍ଭେ ଅନ୍ତେବାସୀ ମାନଙ୍କ ଅଭିଯୋଗର କୌଣସି ନିରାକରଣ ନ ପାଇ ଏକ ଲିଖିତ ଅଭିଯୋଗ ପୌରପରିଷଦ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି l ଏହାର ଏକକିତା ନକଲ ଜିଲ୍ଲା ପାଳ,ନିର୍ଦ୍ଧେଶକ ଅର୍ବାନ ବିଭାଗ ଏବଂ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଙ୍କୁ ପ୍ରଦାନ କରିଛୁ l କାର୍ଯ୍ୟନିର୍ବାହୀ ଅଧିକାରୀ ଆଶ୍ୱାସନା ଦେଇ କହିଛନ୍ତି ଏହି ଅଭିଯୋଗ ଭିତ୍ତିରେ କାଉନସିଲ ମିଟିଙ୍ଗ କରି ଏହାର ଉଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୫/୯/୨୦୨୪-_--୧୧,୫୫ Sakhigopal News,5/9/2024

Blog Archive

Popular Posts