ଟି-ସାର୍ଟ ବେକରେ ବାନ୍ଧି ଯୁବକର ଆତ୍ମହତ୍ୟା
ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ନାଗପାଲି ଗାଁ ର ଚାଷ ଜମି ଭିତରେ ବେକ ରେ ଟି ସାର୍ଟ ସାହାଯ୍ୟ ରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେଖିବାକୁ ମିଳିଥିଲା। ପରେ ଜଣାପଡିଲା ଯେ, ଥୁଆପାଲି ର ଘନ ଭୋଇ କଂର ଘରେ ଘରଜୋଇଁ ରହୁଥିବା ଜଣାପଡ଼ିଛି, ମୃତ ଯୁବକଙ୍କ ନାମ ହେଉଛି, ଶ୍ୟାମକୃଷ୍ନ ଭୋଇ ବୟସ ୪୦ । ତାଙ୍କ ଘର ବରପାଲି, ଲେଣ୍ଡା ଗ୍ରାମ ବୋଲି ଜଣାପଡିଛି। ତାଙ୍କର ପତ୍ନୀ ଓ ଗୋଟିଏ ପୁଅ ଅଛନ୍ତି। କୌଣସି ସୂତ୍ରରୁ ଖବର ପାଇ ଭେଡେନ ଥାନାର ଭାରପ୍ରାପ୍ତ ଅଧିକାରୀ ଦୟାନିଧି ପାତ୍ର ଓ ଷ୍ଟାଫ୍ ଆସି ଏକ ଅପମୃତ୍ୟୁ କେସ ନମ୍ବର ୧୫/୨୪ ରୁଜୁ କରି ଶବ ଜପତ କରି ସଂବଲପୁର ରୁ ସାଇନଟିଫିକ ଡକାଇ ତଦନ୍ତ କରି ଶବକୁ ପୋଷ୍ଟ ମଟମ ପାଇଁ ବରଗଡ ପଠାଇ ଘଟଣାର ଅଧିକ ତଦନ୍ତ କରୁଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୯/୨୦୨୪----୧୧,୫୫ Sakhigopal News,5/9/2024