ବିଭୁତି ବାଟିକା ମେଳଣ ଶେଷ
ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତରେ ସାଗରସ୍ନାନ ମେଳଣ ସାରି ଦୁଇ ଠାକୁର ବଳପୁର ଓ ବରାଳ ଗ୍ରାମର ବାବା ବାଲୁଙ୍କେଶ୍ୱର ଦେବ ସୁସଜିତ ବିମାନରେ ଦୁଆରି ଭୋଗ ଖାଇ ଫେରିଥାନ୍ତି । ଫେରିବା ବାଟରେ ମାତୃପିଠ ତଥା ବିଭୁତି ବାଟିକା ମେଳଣ ପଡିଆରେ ଦୁଇ ଠାକୁର ଖୁଣ୍ଟିଲାଗି ହୋଇଥିଲେ । ସେଠାରେ ଠାକୁରଙ୍କ ସମସ୍ତ ଦେବନୀତି ସେବାୟତ ମାନଙ୍କ ଦ୍ୱାରା କରାଯାଇଥିଲା । ଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ଦର୍ଶନ କରିବା ସହ ଖଇକେରା,ପାଚିଲାକଦଳୀ, ଫେଣି, ସାକର, ଖଜା, ଚୁଡାଘଷା ସହିତ ବିଭିନ୍ନ ଫଳମୂଳ ଭୋଗରାଗ କରିଥାନ୍ତି । ଠାକୁରଙ୍କ ନିକଟରେ ଦିନଯାକ ସଂକୀର୍ତ୍ତନ, ପାଲା ଆଦି କାର୍ଯ୍ୟକ୍ରମ କରାଯାଇଥାଏ । ଏହି ଅବସରରେ ମେଳଣ ପରିଆରେ ବିଭିନ୍ନ ଭୋଗ ,ଦୀପ ଓ ପାଷ୍ଟଫୁଡ ଦେକାନ ଖୋଲିଥିଲା । ଅପରାହ୍ନରେ ଆସତବାଜି ପ୍ରଦର୍ଶନ ପରେ ହରିହର ଭେଟ କରାଯିବା ପରେ ଠାକୁର ନିଜ ନିଜ ମନ୍ଦିରକୁ ଫେରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୪/୨୦୨୪---୮,୨୦ Sakhigopal News , 7/4/2024