Breaking News

ସତ୍ୟବାଦୀରେ ବିଜେଡିର ଲୋକସଭା ଓ ବିଧାନସଭା ପ୍ରାର୍ଥୀ ପ୍ରଥମ କରି ରୋଡ ଶୋ କଲେ ; ସାକ୍ଷୀଗୋପିନାଥ ଓ ପଞ୍ଚସଖାଙ୍କ ଠାରୁ ଆର୍ଶିବାଦ ନେଇ ନିର୍ବାଚନ ପ୍ରଚାରକୁ ଓହ୍ଳାଇଲେ



 ସାକ୍ଷୀଗୋପାଳ---- ସତ୍ୟବାଦୀର ବିଜେଡି ଦଳର ବିଧାନସଭା ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମାଙ୍କ ସହିତ ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକ ୩୧୧୬ନଂ ଭୁବନେଶ୍ୱର- ପୁରୀ ଜାତୀୟ ରାଜପଥର ପଟ୍ଟନାୟକିଆ ଛକ ଠାରୁ ଏକ ମଟର ସାଇକେଲ ର‌୍ୟାଲି କରି ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରେ ପହଞ୍ଚିଥିଲା । ସେଠାରେ ଅପେକ୍ଷା କରିଥିବା ମହିଳା ମାନେ ଦୁଇ ପ୍ରାର୍ଥୀଙ୍କୁ ପୁଲମାଲ ଓ ହୁଳ ହୁଳି ପକାଇ ପାଛୋଟି ଆଣିଥିଲେ । ସେଠାରେ ଥିବା ପଞ୍ଚସଖାଙ୍କ ମଣ୍ଡପରେ ଦୁଇ ପ୍ରାର୍ଥୀ ପୁଲମାଲ୍ୟ ଅର୍ପଣ କରି ସେମାନଙ୍କର ଆର୍ଶିବାଦ ନେବା ପରେ ସାକ୍ଷୀଗୋପାଳ ବଜାର ରେ ରୋଡ ଶୋ କରିଥିଲେ । ସାକ୍ଷୀଗୋପାଳ ବଡ ବଜାର କମିଟି ପକ୍ଷରୁ ଦୁଇ ପ୍ରାର୍ଥୀଙ୍କୁ ସ୍ୱାଗତ କରାଯିବା ସହ କମିଟିର ସଭାପତି ଓ ସମ୍ପାଦକ ଫୁଲମାଲ ଦେଇଥିଲେ । ବଜାର ମଧ୍ୟରେ ଥିବା ମା ମଉଁନେଇ ଠାକୁରାଣୀଙ୍କୁ ଦର୍ଶନ କରି ଆସିବା ସମୟରେ ରାସ୍ତାର ଦୁଇ ପାଶ୍ୱର୍ରେ ଅପେକ୍ଷା ରତ ମହିଳା ଓ ଯୁବକ ଯୁବତୀ ମାନେ ବିଜେଡିର ଦୁଇ ପ୍ରାର୍ଥୀଙ୍କୁ ସ୍ୱାଗତ କରିବା ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁଲମାଲ ଦେଇ ସ୍ୱାଗତ କରାଯାଇଥିଲା । ସାକ୍ଷୀଗୋପିନାଥଙ୍କୁ ଆଜି ପ୍ରାର୍ଥୀଙ୍କ ପାଇଁ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ସ୍ୱାଇଁ ନଟବର ବେଶ କରାଇବା ସହ ମନ୍ଦିର ର ସିଂହଦ୍ୱାର ଓ ମନ୍ଦିର ସମ୍ମୁଖରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ଫୁଲମାଲରେ ସଜାଯାଇଥିଲା । ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘର ସଭାପତି ଶ୍ରୀବତ୍ସ ମହାପାତ୍ର ଓ ସମ୍ପାଦକ ବିଜୟ କୁମାର ନନ୍ଦଙ୍କ ସହିତ ଅନ୍ୟ ସଦସ୍ୟ ମାନେ ଠାକୁରଙ୍କ ଉତ୍ତରୀ ଓ ଫୁଲମାଲ ଦେଇ ସ୍ୱାଗତ କରିଥିଲେ ।   ବିଧାନସଭା ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମା ଓ ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକ ସାକ୍ଷୀଗୋପିନାଥଙ୍କୁ ଦର୍ଶନ କରିବା ସହ ପୂଜାପାଠ କରି ମା ରାଧାରାଣୀଙ୍କ ସହିତ ପ୍ରଭୁ ସାକ୍ଷୀଗୋପିନାଥଙ୍କ ଆର୍ଶିବାଦ ପାଇଁ ଭିକ୍ଷା ମାଗିଥିଲେ । ପରେ ପରେ ମନ୍ଦିର ବାହାରକୁ ବାହାରି ଗଣପ୍ରତିନିଥି ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସେମାନେ କାର୍ଯ୍ୟ କରୁଛନ୍ତି ବୋଲି କହିବା ସହ ସତ୍ୟବାଦୀ ହେଉଛି ଏକ ପୁଣ୍ୟ ମାଟି । ଏହି ମାଟିର ସେବା କରିବା ପାଇଁ ଜନସାଧାରଣ ଆମକୁ ଆର୍ଶିବାଦ କରିବେ ବୋଲି ଶ୍ରୀ ବର୍ମା ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି । ଏଠାରୁ ବାହାରି ବକୁଳବନ ସ୍ଥିତ ପଞ୍ଚସଖାଙ୍କ ସମାଧିପୀଠରେ ପୁଲମାର୍ଲ୍ୟ ଅର୍ପଣ କରିଥିଲେ । ଏହି ଶୋଭାଯାତ୍ରାରେ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ, ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ଜିତେନ୍ଦ୍ର ବେହେରା, ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, କାଦୁଆ ସରପଞ୍ଚ ଗାୟତ୍ରୀ ମହାପାତ୍ର, ନୂଆସୋମେଶ୍ୱରପୁର ସମିତିସଭ୍ୟା ଜ୍ୟୋତିମୟୀ ପଣ୍ଡା, ସତ୍ୟବାଦୀ ବ୍ଳକର ବିଜେଡି ମହିଳା ସଭାନେତ୍ରୀ ତଥା ଅଳଗୁମ ଗ୍ରାମ ପଞ୍ଚାୟତର ସମିତିସଭ୍ୟା ପୁଷ୍ପାଞ୍ଜଳି ବିଶ୍ୱାଳ, ଜୟପୁର ସରପଞ୍ଚଙ୍କ ପ୍ରତିନିଥି ଦେବଦତ୍ତ ସାମନ୍ତରାୟ, ପରଜାପଡା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ରାମଚନ୍ଦ୍ର ମହାନ୍ତି, ସତ୍ୟବାଦୀର ପୂର୍ବତନ ଆତ୍ମାର ଅଧ୍ୟକ୍ଷ ବେବୀଲାଲ ମିଶ୍ର, ସତ୍ୟବାଦୀ ବ୍ଳକର ପୂର୍ବତନ ଅଧ୍ୟକ୍ଷ ପ୍ରହଲ୍ଲାଦ ଘଟୁଆରୀ, ସତ୍ୟବାଦୀ ବ୍ଳକ ବିଜେଡି  ଯୁବ ସଭାପତି ଶରତ ରାଉତରାୟ, ଛାତ୍ର ସଭାପତି ଦୀନେଶ ମହାପାତ୍ର, କଣାସ ବ୍ଳକର ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି ସୁଶିଲ ରାଉତ, କଣାସ ବ୍ଳକ ସରପଞ୍ଚ ଭଗବାନ ସୁବିଦ୍ଧି, କଣାସ ବ୍ଳକର ଆତ୍ମାର ଅଧ୍ୟକ୍ଷ ସଂଜୟ ଭୋଳ, ସ୍ୱାଧୀନ ପ୍ରଧାନ, ଦେବାଶିଷ ରାୟ, ପ୍ରକାଶ ଖଟେଇଙ୍କ ସହିତ ସତ୍ୟବାଦୀ ବ୍ଳକର ମହିଳା ମହାସଂଘର ମା ମାନେଙ୍କ ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା ଓ ନ୍ୟାୟବ ସରପଞ୍ଚ ପ୍ରମୁଖ ଏହି ରୋଡଶୋରେ ସାମିଲ ହୋଇଥିବାର ଦେଖାଯାଇଥିଲା ।  ପରେ ପରେ ବୀରଗୋବିନ୍ଦପୁର ଗ୍ରାମରେ ପୂଜିତ ମା ଦକ୍ଷୀଣକାଳୀ ଓ ବରାଳ ସ୍ଥିତ ବାଲୁଙ୍କେଶ୍ୱରଙ୍କୁ ଦର୍ଶନ କରି ଐତିହ୍ୟ ଗ୍ରାମ୍ୟ ସୁଆଣ୍ଡୋ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ଦର୍ଶନ କରି ଆର୍ଶିବାଦ ନେଇଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୪/୨୦୨୪---୮,୨୦   Sakhigopal News, 7/4/2024

Popular Posts