Breaking News

ସତ୍ୟବାଦୀ ର ପୁଅ ନିହାର ରଞ୍ଜନ ସ୍ୱାଇଁ ରେଡ଼କ୍ରସ ଦ୍ୱାରା ସମ୍ବର୍ଦ୍ଧିତ ହେଲେ


 ସାକ୍ଷୀଗୋପାଳ ---- ସତ୍ୟବାଦୀ ଅଞ୍ଚଳର କୃଷକ ନେତା ସ୍ବର୍ଗତ ଶ୍ରୀ ପର୍ଶୁରାମ ସ୍ୱାଇଁ ଙ୍କ ନାତୀ ତଥା ରାଜନେତା ଶ୍ରୀ ଦିଲ୍ଲୀପ କୁମାର ସ୍ୱାଇଁ ଙ୍କ ସୁପୁତ୍ର ଶ୍ରୀ ନିହାର ରଞ୍ଜନ ସ୍ୱାଇଁ ।  ତାଙ୍କ ଘର ସତ୍ଯବାଦୀ ବ୍ଲକର ମଧୁବନ ପଞ୍ଚାୟତର ଡାହାଣ ଗ୍ରାମର । ପିଲା ଦିନରୁ  ସମାଜସେବା କରିବା ପାଇଁ ଆଗ୍ରହ ରହିଥିଲା। ବିଭିନ୍ନ ସମାଜସେବା କରି ବେଶ ପରିଚିତ। ଏବେ ସେ ସତ୍ଯବାଦୀ ମାଟିର ନାମକୁ ଆଉ ପାଦେ ଆଗକୁ ନେଇଛନ୍ତି  । ଶ୍ରୀ  ସ୍ବାଇଁ ରକ୍ତଦାନ କରି ଭୁବନେଶ୍ୱର ର ରେଡ଼କ୍ରସର ବାର୍ଷିକ ଉତ୍ସବରେ  ସମ୍ମାନିତ ହୋଇଛନ୍ତି ।ସେ ଜଣେ ନିୟମିତ ରକ୍ତଦାନ କରିବା ସହ ସମାଜସେବା, ସାମାଜିକ ସଚେତନତା କାର୍ଯ୍ୟକ୍ରମ, ବୃକ୍ଷ ରୋପଣ, ପରିବେଶ ସୁରକ୍ଷା ଓ ସ୍ୱଚ୍ଛ ପରିବେଶ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ ଶିବିର, ଅସହାୟଙ୍କୁ ସହାୟତା ପ୍ରଦାନ, କରୋନା ଯୋଦ୍ଧା, ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ ଆଦି ଅନେକ ସମାଜ କଲ୍ୟାଣ ମୂଳକ କାର୍ଯ୍ୟରେ ନିଜକୁ ସର୍ବଦା ନିୟୋଜିତ କରିଛନ୍ତି l ସମାଜସେବା ସହ ଅଭିନୟ, ନୃତ୍ୟ, ସଂଗୀତ ଆଦିରେ ରୁଚି ରଖିଥିବା ବହୁ ପ୍ରତିଭା ର ଅଧିବାସୀ ଉଚ୍ଚ ଶିକ୍ଷିତ ଶ୍ରୀ ନିହାର ରଞ୍ଜନ ସ୍ୱାଇଁ ।ସଏବେ ଭାରତ ସରକାରଙ୍କ ଅଧିନସ୍ତ ଏନଟିପିସି କମ୍ପାନୀରେ ଓଏସ ଅଧିକାରୀ ରୂପେ କାର୍ଯ୍ୟରତ l ଉତ୍କଳ ଦିବସରେ  ତାଙ୍କର ନିଜର ମଧ୍ୟ ଜନ୍ମଦିନଥିଲା । ଏହି ଅବସରରେ ରେଡ଼କ୍ରସ ବ୍ଲଡ଼ ବ୍ୟାଙ୍କ ରେ ଶ୍ରୀ ସ୍ୱାଇଁ ପରିବାର ପରିଜନଙ୍କ ଉପସ୍ଥିତରେ ସ୍ବେଛାକୃତ ଭାବରେ ରକ୍ତଦାନ ମଧ୍ୟ୍ୟ କରିଥିଲେ l ସେ ନିୟମିତ ଭାବରେ ଅନେକ ରକ୍ତଦାନ ଶିବିର ଆୟୋଜନ କରି ରାଜ୍ୟରେ ରକ୍ତ ଅଭାବ ଦୂର କରିବାରେ ସହାୟକ ହେଉଛନ୍ତି ଏବଂ ବିଭିନ୍ନ ଡାକ୍ତରଖାନାରେ ଚିକିସ୍ଚିତ ରୋଗୀଙ୍କର ରକ୍ତ ଆବଶ୍ୟକତାକୁ ପୂରଣ କରିବା ପାଇଁ କାର୍ଯ୍ୟ କରୁଛନ୍ତି l

ଭାରତ ବିକାଶ ପରିଷଦ, ଓଡିଶା ପୂର୍ବପ୍ରାନ୍ତର ମିଡ଼ିଆ ପ୍ରଭାରୀ ଭାବେ ସ୍ବେଛାକୃତ ଭାବରେ  ସେବା କାର୍ଯ୍ୟ କରୁଥିବା ଶ୍ରୀ ସ୍ୱାଇଁ ସର୍ବଦା ତାଙ୍କର ସମସ୍ତ ଶ୍ରେୟ ତାଙ୍କ ମା' ଶ୍ରୀମତୀ ଉର୍ମିଳା ସ୍ୱାଇଁ ଙ୍କୁ ଦେଇଛନ୍ତି । ଯାହାଙ୍କ ଈଶ୍ୱର ବିଶ୍ୱାସ, ଭକ୍ତିଭାବନା, କାର୍ଯ୍ୟଦକ୍ଷତା, ସଚ୍ଚୋଟତା ଓ ନୀତି ଆଦର୍ଶ ରେ ସେ ସର୍ବଦା ଅନୁପ୍ରାଣିତ ବୋଲି କହନ୍ତି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୪/୨୦୨୪---୮,୫୫ Sakhigopal News,3/4/2024

Blog Archive

Popular Posts