Breaking News

ଦଶ ଗ୍ରାମରୁ ଉର୍ଦ୍ଧ ବ୍ରାଉନସୁଗାର ସହ ଯୁବକ ଗିରଫ

 
ଜଟଣୀ : ରାମଚନ୍ଦ୍ରପୁର ମୌଜାରେ ଅବସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟ ଛକ ନିକଟରେ ବ୍ରାଉନ ସୁଗାର ବିକ୍ରୀ ହେଉଥିବା ଖବର ପୁଲିସକୁ ମିଳିଥିଲା ।ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂହଙ୍କ ନିର୍ଦ୍ଧେଶ କ୍ରମେ ଏକ ଟିମ ସଦଳବଳେ ସେଠାରେ ଅତର୍କିତ ଚଢଉ କରିଥିଲେ । ଚଡାଉ ସମୟରେ ସ୍ଥାନୀୟ ଗାନ୍ଧୀ ନଗର ଅଞ୍ଚଳର ଅଜୟ ନାୟକ (୨୫) ଓରଫ ନନ୍ଦୁ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ନନ୍ଦୁ ନିକଟରୁ ମୋଟ ୧୦.୭୫ ଗ୍ରାମ ଓଜନର ବ୍ରାଉନ ସୁଗାର ଏବଂ ଏକ ମୋଟରସାଇକେଲ ଜବତ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ଏହି ବ୍ୟବସାୟ ବହୁଦିନ ହେଲା କରି ଆସୁଥିବା ସ୍ଵୀକାର କରିଥିଲେ । ଏ ନେଇ ଥାନାରେ ୧୪୩/୨୪ ରେ ବେଆଇନ ବ୍ରାଉନସୁଗାର ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ  ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ନନ୍ଦୁ ନାୟକ ଜଣେ ଅଭ୍ଯାସଗତ ଅପରାଧୀ ହୋଇଥିବା ବେଳେ ତାଙ୍କ ନାମରେ ପୂର୍ବରୁ ମଧ୍ୟ ଜଟଣୀ ଥାନାରେ ୨୬ ଟିରୁ ଅଧିକ ଅପରାଧିକ ମାମଲା ରହିଥିବା ତଦନ୍ତ ବେଳେ ଜଣାପଡିଛି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୪/୨୦୨୪----୧୦,୨୦ Sakhigopal News,3/4/2024

Blog Archive

Popular Posts