ରାଧାକୃଷ୍ଣ ପାଠାଗାରରେ ୮୯ତମ ଉତ୍କଳ ଦିବସ ପାଳିତ
ଭଞ୍ଜନଗର---- ରାଧାକୃଷ୍ଣ ପାଠାଗାର,ବାଉଁଶଲୁଣ୍ଡି ତରଫରୁ ୮୯ତମ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସମସ୍ତ ସଭ୍ୟ ସମେତ ଗ୍ରାମବାସୀ ଓ ଛାତ୍ରମାନେ ପ୍ରଭାତ ଫେରି କାର୍ଯ୍ୟକ୍ରମରେ ଭଞ୍ଜନଗରରେ ପହଞ୍ଚି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସଂଧ୍ୟା ସମୟରେ "ଓଡ଼ିଶା ପ୍ରଥମ ଭାଷା ଭିତ୍ତିକ ରାଜ୍ୟ: ସଂଘର୍ଷ ପଥରେ ବିକାଶର ଦିଗ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପ୍ରଧାନ ସଭାପତିତ୍ବ କରିଥିଲେ। ଓଡ଼ିଆ ଭାଷା ତଥା ଓଡ଼ିଶାକୁ ସ୍ଵତନ୍ତ୍ର ପ୍ରଦେଶ ଗଠନ କରିବାରେ ନିଜକୁ ଉତ୍ସର୍ଗ କରିଥିବା ସୁପୁତ୍ରଙ୍କ ଫଟୋଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରାଯିବା ପରେ କୁମାରୀ ଟାନୀଷା ରାଣୀ ସ୍ଵାଇଁ, ମନୀଷା ପ୍ରଧାନ ଓ ଶିକ୍ଷୟିତ୍ରୀ ସଂଗୀତା ପଣ୍ଡା "ବନ୍ଦେ ଉତ୍କଳ ଜନନୀ" ସଂଗୀତ ପରିବେଷଣ କରିଥିଲେ। ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ଵାଳ,ସମ୍ମାନିତ ଅତିଥି ଡକ୍ଟର ନଳିନୀ ପ୍ରଭା ଦାସ ଓ ମୁଖ୍ୟ ବକ୍ତା ରୂପେ ଅବସରପ୍ରାପ୍ତ ଶିକ୍ଷକ ତଥା କବି ପ୍ରଶାନ୍ତ ମହାନ୍ତି ଯୋଗଦାନ କରି ଆମର ପୂଜ୍ୟବର ପୁତ୍ର ମାନଙ୍କ ଓଡ଼ିଆ ଭାଷାର ଉନ୍ନତି ଓ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଥିବା ଅବଦାନ ସଂପର୍କେ ବିସ୍ତୃତ ଆଲୋଚନା କରିଥିଲେ। ଗଂଜାମ ଜିଲ୍ଲା ଭାଷା ଆନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସହ ରମ୍ଭା ବଙ୍ଗଳା ଏହାର ଏନ୍ତୁଡ଼ିଶାଳ ଥିଲା ବୋଲି ଭାଷଣ ପ୍ରସଙ୍ଗରେ ଦୃଢକ୍ତି ପ୍ରକାଶ କରିଥିଲେ।
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମ ଚରଣ ପ୍ରଧାନ, ନେତାଜୀ ବିଷୋୟୀ,ଦିବାକର ଲେଙ୍କା, ଆଇନଜୀବୀ ଅଭିମନ୍ୟୁ ଗୌଡ଼, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ବୈଦ୍ୟନାଥ ପ୍ରଧାନ ଆଲୋଚନାରେ ଅଂଶଗ୍ରହଣ କରି ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ହରିହର ମର୍ଦ୍ଦରାଜ, ଭେଙ୍କଟେଶ୍ଵର ଦେଓ, ଫକୀର ମୋହନ ସେନାପତି, ମଧୁସୂଦନ ଦାଶ, ଗୈାରୀଶଙ୍କର ରାୟଙ୍କ ଭାଷା ଆନ୍ଦୋଳନ ତଥା ସ୍ଵତନ୍ତ୍ର ପ୍ରଦେଶ ଗଠନରେ ଥିବା ଅବଦାନ ସଂପର୍କେ ବର୍ଣ୍ଣନା କରିଥିଲେ।ଓଡିଆ ଭାଷାକୁ ଭଲପାଇବା ସହ ଏହାର ଉନ୍ନତି ପ୍ରତି ସଚେଷ୍ଟା ରହିବା ଓ ଓଡ଼ିଆ ଜାତିର ଆର୍ଥିକ, ସାମାଜିକ ଓ ରାଜନୈତିକ ଜୀବନଧାରାର ନିଜକୁ ଉତ୍ସର୍ଗ କରିବା ପାଇଁ ମତ ପ୍ରକାଶ ପାଇଥିଲା।
ଶିକ୍ଷକ ମୋହନ ସାହୁ, ପଞ୍ଚାନନ ସାହୁ, ଦିବାକର ପ୍ରଧାନ,ମନୁ ଗୈାଡ , ଭଂଜ କିଶୋର ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀନାରାୟଣ ନାୟକ, ସମାଜସେବୀ ନାରାୟଣ ବାଡତ୍ୟା, ମନୋଜ ମିଶ୍ର,ଉଲା ସେଠୀ,ସନିଆ ପ୍ରଧାନ, ତ୍ରିଲୋଚନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ସଂପାଦକ ଭଞ୍ଜ କିଶୋର ପ୍ରଧାନ ସଭାକାର୍ଯ୍ୟ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ,୩/୪/୨୦୨୪---୮,୨୫ Sakhigopal News,3/4/2024