Breaking News

ଶାନ୍ତିସ୍ରୋତ ଭବନରେ ରକ୍ତଦାନ ଶିବିର



   
     ଭଞ୍ଜନଗର-- ରକ୍ତଦାନ ମହାପୂଣ୍ଯ ଏହି ମହାନ କାର୍ଯ୍ୟ ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଭଞ୍ଜନଗର ଶାଖା ତରଫରୁ ଶାନ୍ତି ସ୍ରୋତ ଭବନଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।  ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଭଞ୍ଜନଗର ଉପଖଣ୍ଡ  ଚିକିତ୍ସାଳୟର ମୁଖ୍ୟ ଡ.ଶୀତାଂଶୁ ଶେଖର ଶତପଥୀ  ଓ ସମ୍ମାନୀତ ଅତିଥି ରୂପେ ଭେଷଜ ବିଶେଷଜ୍ଞ ଡ. ସୀମାଞ୍ଚଳ ଡାକୁଆ ସାର ଉପସ୍ଥିତ ଥିଲେ। ତତ୍ ସହିତ ବେଲଗୁଣ୍ଠା ସରକାରୀ ଚିକିତ୍ସାଳୟର ଦନ୍ତ ଚିକିତ୍ସକ ଡ. ରାହୁଲ୍ ଵିଷ୍ଣୋଇ, ସହକାରୀ ବନ ସଂରକ୍ଷକ ରଜତ କୁମାର ମିଶ୍ର, ସମାଜସେବୀ ଶୂଳପାଣି ଶତପଥୀ ଭ୍ରାତା, ଅବସରପ୍ରାପ୍ତ କ୍ୟାପଟେନ ନରେନ୍ଦ୍ର କୁମାର ସ୍ବାଇଁ, ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ  ସମେତ ଭଞ୍ଜନଗର ଚିକିତ୍ସାଳୟର ବିଭିନ୍ନ ବିଭାଗର ୩୦ ଜଣ କର୍ମଚାରୀ ଉପସ୍ଥିତ ଥିଲେ। ୨୭ ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ପରିଶେଷରେ ରାଜଯୋଗିନୀ ବ୍ରହ୍ମାକୁମାରୀ ସନ୍ତୋଷିନୀ ଭଉଣୀ  ଦାନର ମହତ୍ତ୍ଵ ସଂପର୍କରେ ଅଭିଭାଷଣ ରଖି ପରମାତ୍ମାଙ୍କ ତରଫରୁ ଈଶ୍ବରୀୟ ଧନ୍ୟବାଦ ଅର୍ପଣ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୪/୨୦୨୪---୭,୪୫ , Sakhigopal News,6/4/2024

Blog Archive

Popular Posts