ୟୁବି ହାଇସ୍କୁଲରେ ଭଞ୍ଜ ଜୟନ୍ତୀ ଉତ୍ସବ ଅନୁଷ୍ଠିତ
ଭଞ୍ଜନଗର---ଉପେନ୍ଦ୍ର ଭଞ୍ଜ କେବଳ ନାମ ହିଁ ଯଥେଷ୍ଟ ଯାହାଙ୍କ ନାମାଲୋକ କାବ୍ୟ ଜଗତର ଏକ ଅନିର୍ବାଣୀୟ ଆଲୋକ ବର୍ତ୍ତିକା। ଓଡ଼ିଆ ସାହିତ୍ୟକାଶରେ ଧ୍ରୁବତାରl ସଦୃଶ ନିଜର ଛବି ଚିର ଜ଼ାଜ୍ୱଲ୍ୟମାନ କରି ରଖିଛନ୍ତି ତନ୍ମଧ୍ୟରୁ ଓଜଶୀଳ ଭୋଜ ଗଜ ସଦୃଶ ପ୍ରତିଭା ତ ଅଟନ୍ତି ଅନେକ । କିନ୍ତୁ ସେମାନଙ୍କ ସର୍ବାଗ୍ରେ ଯିଏ ଅଛନ୍ତି ସେ ଆଉ କେହି ନୁହନ୍ତି , ସେ ହେଉଛନ୍ତି କବିଗୁରୁ, ବୀରବର ,ଶବ୍ଦ ସମୁଦ୍ର ଲଙ୍ଘନ କlରୀ ବାଣୀପୁତ୍ର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ I ଏହି ସାରସ୍ୱତ ସାଧକଙ୍କ ଜୟନ୍ତୀ ପାଳନ ଉତ୍ସବରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଉମାକାନ୍ତ ନାହାକ । ବିଦ୍ୟାଳୟ ର ଭଞ୍ଜ ସାହିତ୍ୟାନୁରାଗୀ ଶିକ୍ଷକ ଶ୍ରୀ ଶ୍ୟାମା ପ୍ରସାଦ ମିଶ୍ର ସଂଯୋଜନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭଞ୍ଜ ପ୍ରବକ୍ତା ତଥା ଗବେଷକ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ପ୍ରାକ୍ତନ ଓଡ଼ିଆ ବିଭାଗ ମୁଖ୍ୟ ତଥା ପ୍ରାଧ୍ୟାପକ ଶ୍ରୀ ଡ. କମ୍ଭୁପାଣି ସାମନ୍ତ I ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ଭଞ୍ଜ ସାହିତ୍ୟ ଗବେଷକ ଅନନ୍ୟ ପ୍ରତିଭା ଧାରୀ ଶ୍ରୀ ଡ଼. ସୁରେନ୍ଦ୍ର ଚନ୍ଦ୍ର ପଣ୍ଡା । ସଭାପତି ଶ୍ରୀ ଉମାକାନ୍ତ ନାହାକ ଉପେନ୍ଦ୍ର ଭଞ୍ଜ ହିଁ ଉପେନ୍ଦ୍ର ଭଞ୍ଜ ଅଟନ୍ତି ଏବଂ ସେ ଅଟନ୍ତି ଜଣେ ଅଦ୍ୱିତୀୟ ବିନ୍ଧାଣି ବୋଲି ମତ ଦେଇ ଥିଲେ I କାର୍ଯ୍ୟକ୍ରମ ଆରମ୍ଭ ରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯିବ ସହ ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରା ଯାଇଥିଲା । ସଂଯୋଜକ ଶ୍ରୀ ମିଶ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଭଞ୍ଜ ଜୟନ୍ତୀ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ l ସଂଯୋଜକ ଶ୍ରୀ ମିଶ୍ର ଉପେନ୍ଦ୍ର ଭଞ୍ଜଙ୍କ ରୀତି ଯୁଗୀୟ କାବ୍ୟ ଶୈଳୀର ପଟାନ୍ତର ନାହିଁ ବୋଲି ମତପୋଷଣ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟିତ୍ରୀ ସସ୍ମିତା ନାୟକ । ପ୍ରଶାନ୍ତ କୁମାର ପ୍ରଧାନ, ବିଳାସିନୀ ଜେନା, ସପନେଶ୍ବରୀ ଦିଗାଲ ଓ ଅନ୍ୟାନ୍ୟ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୪/୨୦୨୪----୭,୫୦ Sakhigopal News,6/4/2024