Breaking News

ଜନ ଆର୍ଶୀବାଦ ପଦଯାତ୍ରା',ବର୍ଷାରେ ଭିଜିଲେ, ଭୋଟ୍ ମାଗିଲେ




ଜଟଣୀ----

ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରଚାର ମଇଦାନକୁ ଓହ୍ଲାଇଛି ଜଟଣୀ ବିଜେପି । 'ଜନ ଆର୍ଶୀବାଦ ପଦଯାତ୍ରା' ମାଧ୍ୟମରେ ପ୍ରଚାର ଆରମ୍ଭ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ବଡ଼ଜେନା । ଜଟଣୀ ବ୍ଲକ୍ ଛକ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଜଟଣୀ ନଗରର ଛାତ୍ରନେତା ଶୁଭମ୍ ରାଜଗୁରୁ ଓ ଚନ୍ଦ୍ରକାନ୍ତ ହରିଚନ୍ଦନଙ୍କ ନେତୃତ୍ୱରେ ପ୍ରାୟ ଦୁଇ ଶହରୁ ଅଧିକ ଯୁବକ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ପ୍ରବଳ ବର୍ଷା ମଧ୍ୟ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ରମରେ ବାଧକ ସାଜି ପାରିନଥିଲା । ଜନ ଆର୍ଶୀବାଦ ପଦଯାତ୍ରାରେ ହେଉଥିବା ଏହା ବର୍ଷା ନୁହେଁ, ମହାପ୍ରଭୁଙ୍କ ଆର୍ଶୀବାଦ ବୋଲି ଅପରାଜିତା ତାଙ୍କ ଅଭିଭାଷଣରେ କହିଥିଲେ । ପରେ ପରେ ଅପରାଜିତା ଓ ବିଶ୍ୱରଞ୍ଜନ 'ଜନ ଆର୍ଶୀବାଦ ପଦଯାତ୍ରା' ମାଧ୍ୟମରେ ବର୍ଷାରେ ଭିଜି ଭୋଟ ମାଗିଥିଲେ । ବ୍ଲକ୍ ଛକ ଠାରୁ ହରି ଭାଇନା ଛକ ପର୍ଯ୍ୟନ୍ତ ଚାଲି ଚାଲି ନିର୍ବାଚନୀ ପ୍ରଚାର କରିଥିଲେ । ଶତାଧିକ ମହିଳା ଓ ପୁରୁଷ ମଧ୍ୟ ବର୍ଷାରେ ଭିଜି ପଦଯାତ୍ରାରେ ସାମିଲ ହୋଇଥିଲେ । ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜଟଣୀ ବ୍ଲକ ସାଂସଦ ପ୍ରତିନିଧି ମନୋଜ କୁମାର ନନ୍ଦ, ଜଟଣୀ ପୈାର ପରିଷଦର ସାଂସଦ ପ୍ରତିନିଧି ସତୀଶ ଶର୍ମା, ଜଟଣୀ ନିର୍ବାଚନମଣ୍ଡଳୀ ପ୍ରଭାରୀ ନିକୁଞ୍ଜ ପଟ୍ଟନାୟକ, ଖୋର୍ଦ୍ଧା ଜିଲ୍ଲା ଉପସଭାପତି ଡାକ୍ତର ବେହେରା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ବଡ଼ଜେନା, ସୋମନାଥ ମଣ୍ଡଳ ସଭାପତି ପ୍ରଦୋଷ ଜେନା, ନଗର ମଣ୍ଡଳ ସଭାପତି ଲିଟୁ ରଞ୍ଜନ ରାଉତରାୟ, ଖୋର୍ଦ୍ଧା ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ଭଞ୍ଜଦେଓ, ଉପ ସଭାନେତ୍ରୀ ରୋଜିନାରାଣୀ ଦାସ, ପୈାର ପରିଷଦର ପ୍ରଭାରୀ ବିଜୟ ସ୍ୱାଇଁ, ପୂର୍ବତନ ପୈାରାଧ୍ୟକ୍ଷ ପ୍ରାର୍ଥୀ, ପ୍ରଶାନ୍ତ କୁମାର ବେହେରା, ପ୍ରଶାନ୍ତ ପ୍ରଧାନ, ତିରୁପତି ଶତପଥୀ, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ସବ୍ୟସାଚୀ ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାର ଦେଖାଯାଇଥିଲା ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୭/୪/୨୦୨୪---୯,୩୫ Sakhigopal News,7/4/2024

Popular Posts