ଶିଶୁ ଗଳ୍ପ ପୁସ୍ତକ ନୂଆ କାହାଣୀ ଲୋକାର୍ପଣ
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପେଣ୍ଠପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡିଆ ଭାଷା ସମ୍ମଳନୀ ଅବସରରେ ପଞ୍ଚାୟତ ସ୍ତରୀୟ ଏକ ଓଡିଆ ଭାଷାର ପ୍ରସାର ଓ ପ୍ରଚାର କରିବା ଲକ୍ଷ୍ୟ ନେଇ ଏକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶିକ୍ଷୟତ୍ରୀ ତଥା କବୟତ୍ରୀ, ଲେଖିକା ସୁଜାତା ଦେବୀଙ୍କ ସ୍ୱରଚିତ ଶିଶୁ ଗଳ୍ପ ପୁସ୍ତକ ନୂଆ କାହାଣୀ ଉନ୍ମୋଚିତ ହୋଇଯାଇଛି । ଓଡିଆ ଭାଷା ଓ ପ୍ରସାର, ପ୍ରଚାର କରିବାର ଏକ ମାଧ୍ୟମ ହେଉଛି କବିତା ଆସର ସହିତ ଓଡିଆ ପୁସ୍ତକ ପ୍ରକାଶିତର ଆବଶ୍ୟକତା ରହିଛି ବୋଲି ଶିକ୍ଷୟତ୍ରୀ ସୁଜାତା ଦେବୀ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ପେଣ୍ଠପଡା ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ସାରଙ୍ଗଧର ସ୍ୱାଇଁ, ଜିଆରଏସ ଦୀପ୍ତିମୟୀ ସେଠୀ,ଶିକ୍ଷୟତ୍ରୀ ସଂଗୀତା ବିଭୂତିରାୟଙ୍କ ସହିତ ପଞ୍ଚାୟତର ୱାର୍ଡ ସଭ୍ୟସଭ୍ୟା ମାନେ ଉପସ୍ଥିତ ରହିଥିଷଲ । ଏହି ଆଲେଚନା ଚକ୍ର ଆରମ୍ଭରୁ ପିଲା ମାନଙ୍କ ଦ୍ୱାରା ଦେଶତ୍ମାକ ସଂଗୀତ ଗାନ କରାଯାଇଥିଲା । ସେହିପରି ଜୟପୁର ଗ୍ରାମ ପଞ୍ଚାୟତରେ ଆରାଧାନ ସାମନ୍ତରାୟ, ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ ଜିତେନ୍ଦ୍ର ବେହେରା, ମୂଳଅଳସା ପଞ୍ଚାୟତରେ ଦେବୀପ୍ରସାଦ ଘଟୁଆରୀ ପ୍ରମୁଖ ସତ୍ୟବାଦୀ ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାୟତରେ ଏହି ପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୨/୨୦୨୪----୮,୧୫ Sakhigopal News , 3/2/2024