Breaking News

ଦୁଇ ବଖରା ଘର ଜଳିଗଲା



    ସାକ୍ଷୀଗୋପାଳ ----  ସତ୍ଯବାଦୀ ବ୍ଲକ ବଳପୁର ପଞ୍ଚାୟତ ଅନ୍ତର୍ଗତ ଦାସ ସାହିରେ ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଗୁହାଳ ଘର ଜଳିଯାଇଛି  ।  ସୁଦର୍ଶନ ଦାସଙ୍କ  ଗୁହାଳ ଘରେ ମଶାରୁ ରକ୍ଷା  ପାଇବା ପାଇଁ  ଘସି ଧୂଆଁ ଦେଇଥିଲେ  । ସେଥିରୁ ନିଆଁ ଉଠି ଘର ପୋଡିଯାଇଛି ବୋଲି କୁହାଯାଉଛି। ଅଗ୍ନିକାଣ୍ଡ ଖବର ପାଇ ସତ୍ଯବାଦୀ ଅଗ୍ନିଶମ ବିଭାଗ ଅଧିକାରୀ ମନୋଜ କୁମାର ନାୟକ  ଦୁଇଟି ଦମକଳ ଗାଡି ସହିତ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ  । ନିଆଁ ଲାଗି ଯାଇଥିବା ଦେଖି ଗୁହାଳରୁ ଗାଈଗୋରୁ ଲୋକମାନେ ଫିଟାଇ ବାହାରକୁ ବାହାର କରି ଦେଇଥିବାରୁ  କୌଣସି ପଶୁଙ୍କର  କ୍ଷତି ଘଟିନାହିଁ  ।  

Blog Archive

Popular Posts