Breaking News

ମାର୍ଚ୍ଚ ୧୭ ତାରିଖରେ ସତ୍ୟବାଦୀରେ ବକୁଳବନ ମହୋତ୍ସବ କରାଯିବା ପାଇଁ ନିସ୍ପତି

 

 


ସାକ୍ଷୀଗୋପାଳ----- ସତ୍ୟବାଦୀରେ ୧୯ତମ ବକୁଳବନ ମହୋତ୍ସବ ମାର୍ଚ୍ଚ ୧୭ ତାରିଖରେ କରାଯିବା ପାଇଁ ନିସ୍ପତି ଗ୍ରହଣ କରାଯାଇଛି । ଏହି ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ବକୁଳବନ ମହୋତ୍ସବ କମିଟିର ଉପଦେଷ୍ଟା ଶଚିକାନ୍ତ ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଅନୁଷ୍ଠାନର ସମ୍ପାଦକ ଯଯାତି କେଶରୀ ରାୟ ମହୋତ୍ସବ ପାଇଁ ଏକ ଖସଡା ପ୍ରସ୍ତୁତି କରିଥିଲେ । ଏ ବର୍ଷ ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ ଉପସ୍ଥିତ ଥିବା ସଦସ୍ୟ ମାନଙ୍କ ଠାରୁ ମତାମତ ସଂଗ୍ରହ କରାଯାଇଥିଲା । ମହୋତ୍ସବ କମିଟିର ସଭାପତି ସାଧୁଚରଣ ବେହେରା, ଉପସଭାପତି ଲକ୍ଷ୍ମୀ ପ୍ରସାଦ ପାଣି, ସୁଜାତା ଦେବୀ, କୃପାନିଧି ପ୍ରଧାନ, ଧୀରଞ୍ଜନ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ମଦନ ମୋହନ ପରିଡା, ପବିତ୍ର କୁମାର ପରିଡା, ବିଶାଖା ଦେବୀ, ଉପେନ୍ଦ୍ର ବିଶ୍ୱାଳ ଓ ଧନେଶ୍ୱର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୨/୨୦୨୪---୮,୧୦     Sakhigopal News, 25/2/2024

Popular Posts