Breaking News

ମୁଖ୍ୟମନ୍ତ୍ରୀ ଓ ୫ଟି ସଚ୍ଚିବ ଦେଇଥିବା କଥା ରଖିଲେ; ସତ୍ୟବାଦୀରେ ମିଶନ ଶକ୍ତି ମାଧ୍ୟମରେ ଋଣ ନେଇଥିବା ଗୋଷ୍ଠୀ ମାନଙ୍କୁ ସୁଧ ଅର୍ଥ ପ୍ରଦାନ


  


ସାକ୍ଷୀଗୋପାଳ--- ମିଶନ ଶକ୍ତି ମାଧ୍ୟମରେ ଋଣ ନେଇଥିବା ମହିଳା ଗୋଷ୍ଠୀ ମାନଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଧ ଛାଡ ଅର୍ଥ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଓ ୫ଟି ସଚ୍ଚିବ କାତ୍ତିକ ପାଣ୍ଡିଆନ ମହିଳା ମାନଙ୍କୁ ଦେଇଥିବା କଥା ରଖି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଫେରାଇ ଦେଇଥିବା ଆଜି ପ୍ରମାଣିତ ହୋଇଯାଇଛି ବୋଲି ଅତିଥି ଭାବେ ଯୋଗ ଦେଇଥିବା ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ କହିଛନ୍ତି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ବ୍ଳକ ପରିସରରେ ମିଶନ ଶକ୍ତି ଓ ୫ଟି  ମାଧ୍ୟମରେ ଋଣ ନେଇଥିବା ମହିଳା ଗୋଷ୍ଠୀ ମାନଙ୍କୁ ସେମାନଙ୍କ ସୁଧ ଟଙ୍କା ଛାଡ କରାଯାଇଥିବା ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ବିଡିଓ ଲିପିସା ରାୟ, ସିଡିପିଓ ରାଜଲକ୍ଷ୍ମୀ ଦାଶ, ବିପିଏମ ଶାଶ୍ୱତୀ ଦାଶ, ବିପିଏ ସୁପିୟା ସୁବୁଦ୍ଧି , ମିଶନ ଶକ୍ତି ମହାସଂଘର ନାରୀନେତ୍ରୀ କନକଲତା ପଣ୍ଡା, ଲକ୍ଷ୍ମୀପିୟା ମହାପାତ୍ର କୋଷାଧ୍ୟକ୍ଷା ମାନିନି ସାହୁ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାର ଦେଇଥିବା କଥା ରଖିଲେ ବୋଲି ପ୍ରମାଣିତ ହୋଇଯାଇଛି । ସେହିପରି ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଥିଲେ ଯେ ରାଜ୍ୟ ସରକାର କାମକୁ ବିଶ୍ୱାସ କରନ୍ତି । ଯେଉଁ ଗୋଷ୍ଠୀ ମାନେ ସଠିକ ସମୟରେ ଋଣ ନେଇଥିବା କିସ୍ତି ଓ ସୁଧ ସଠିକ ସମୟରେ ପୈଠ କରିଛନ୍ତି ସେମାନେ ସୁଧ ଦେଇଥିବା ଅର୍ଥ ଫେରସ୍ତ ପାଇଛନ୍ତି । ଏହାର ଏକ ଜ୍ୱଳନ୍ତ ପ୍ରମାଣ ହେଉଛି ଶ୍ରୀରାମଚନ୍ଦପ୍ରୁରର ଇତ୍ତରାୟଣୀ ସଞ୍ଚୟ ସମିତି ସଠିକ ସମୟରେ ଋଣ ନେଇଥିବା ଅର୍ଥ ପୈଠ କରିଥିବାରୁ ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେମାନେ ମୁଖ୍ୟମନ୍ତ୍ରୀ ଓ ୫ଟି ସଚ୍ଚିବଙ୍କ ଠାରୁ ୫୩ ହଜାର ୭୫୩ ଟଙ୍କାର ଚେକ ପ୍ରହଣ କରିଛନ୍ତି । ସତ୍ୟବାଦୀ ବ୍ଳକରେ ମିଶନ ଶକ୍ତି ମାଧ୍ୟମରେ ୨୦୮୦ଟି ଗ୍ରୁଫ ରହିଛି । ସେମାନଙ୍କ ମଧ୍ୟରୁ ୧୩୪୬ଟି ଗ୍ରୁଫ ଋଣ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ନେଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨୭୧ଟି ମହିଳା ଗୋଷ୍ଠୀ ୭୩ଲକ୍ଷ ୮୬ ହଜାର ୩୩୨ ଟଙ୍କା ସୁଧ ଛାଡ ପାଇଥିବା ସମ୍ପର୍କରେ ସତ୍ୟବାଦୀ ବ୍ଳକର ବିପିଏମ ଶାଶ୍ୱତୀ ଦାଶଙ୍କ ଠାରୁ ସୁଚନା ମିଳିଛି । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୨/୨୦୨୪---୫,୨୦   Sakhigopal News, 27/2/2024

Popular Posts