ଜଟଣୀରେ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଏକ ସମ୍ବର୍ଦ୍ଧନା ଉତ୍ସବ
ଜଟଣୀ--- ଜଟଣୀ ପୌର ପାଳିକା ପକ୍ଷରୁ ପ୍ରଥମ ଓଡ଼ିଆ ଭାଷା ସମିଳନୀ -୨୦୨୪ ଉପଲକ୍ଷେ ସ୍ଥାନୀୟ ଟାଉନ ହଲ (ଶ୍ରଷ୍ଠା), ଜଟଣୀ ଠାରେ ଓଡ଼ିଆ ଭାଷା ସଂସ୍କୃତି ସହ ଜଡିତ ଥିବା ଏବଂ ଓଡ଼ିଆ ଭାଷାର ପ୍ରଚାର ପ୍ରସାରର ମୁଖ୍ୟ ବ୍ୟକ୍ତିବିଶେଷଙ୍କୁ ସମ୍ବୋର୍ଦ୍ଧନା ପ୍ରଦାନ କରିବା ପାଇଁ ଏକ ସଭାର ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ଜଟଣୀ ପୌର ପରିଷଦର ଉପାଧ୍ୟକ୍ଷା ଆରତୀ ରାଉତ ଅଧକ୍ଷତା କରିଥିଲେ । ନୂତନ ଭାବେ କାର୍ଯ୍ୟଭାର ନେଇଥିବା ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପଟ୍ଟଯୋଶୀଙ୍କ ସହ ସମସ୍ତ ପାରିଷଦବୃନ୍ଦ, ୱାର୍ଡ ସଂଯୋଜିକା, ସ୍ୱଚ୍ଛ ସାଥି, ପୌର କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଜଟଣୀ ପୌର ପାଳିକା ପକ୍ଷରୁ ପ୍ରାକ୍ତନ ଶିକ୍ଷାବିତ ଅମ୍ବିକା ପ୍ରସାଦ ପଟ୍ଟନାୟକ, ବିପିନ ବିହାରୀ ପାଠାଗାରର ପ୍ରତିଷ୍ଠାତା ବିପିନ ବିହାରୀ ମହାନ୍ତି, ପଦ୍ମନାଭ ପାଣିଗ୍ରାହୀ, ସସ୍ମିତା ଦାସ, ରଶ୍ମିତା ନାୟକ, ପ୍ରହଲ୍ଲାଦ ସାହୁଙ୍କ ସହ ଅନ୍ୟମାନଙ୍କୁ ମାନପତ୍ର ସହ ସମ୍ବୋର୍ଦ୍ଧିତ କରାଯାଇଥିଲା। ଏହି ବିଶ୍ୱ ଓଡ଼ିଆ ଭାଷା ସମିଳନୀ ୨୦୨୪ ଉପଲକ୍ଷେ ଜଟଣୀ ପୌରାଞ୍ଚଳର ସମସ୍ତ ୨୩ ଗୋଟି ୱାର୍ଡ ସହ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ ଓ ଅରବିନ୍ଦ ବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ନେଇ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଓଡ଼ିଆ ବକୃତା, ଚିତ୍ରାଙ୍କନ, ଆବୃତ୍ତି ଇତ୍ୟାଦି ଆୟୋଜନ କରାଯାଇଥିଲା । କୃତକାର୍ଯ୍ୟ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୫/୨/୨୦୨୪----୯,୩୫ Sakhigopal News,5/2/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୫/୨/୨୦୨୪----୯,୩୫ Sakhigopal News,5/2/2024