ସତ୍ୟବାଦୀ ରେ ବୁଥ ସ୍ତରୀୟ ସର୍ଭେ ଆରମ୍ଭ
ସାକ୍ଷୀଗୋପାଳ ----ଆଗାମୀ ହେବାକୁଥିବା ନିର୍ବାଚନ କୁ ଦ୍ରୁଷ୍ଟିରେ ରଖି ଉପଜିଲାପାଳ ଙ୍କ ତତ୍ୱାବଧାନରେ ସତ୍ଯବାଦୀ ବ୍ଲକରେ ବୁଥ ସ୍ତରୀୟ ସର୍ଭେ ଆରମ୍ଭ ହୋଇଛି । ବ୍ଲକରେ ଥିବା ସମସ୍ତ ବୁଥ ଗୁଡିକରେ ରହିଥିବା ଅସୁବିଧା ଓ ସୁବିଧା ସମ୍ପର୍କରେ ସର୍ଭେ କରାଯାଉଛି । ସମସ୍ତ ସୁପରଭାଇଜର ମାନେ ପ୍ରତି ବୁଥ ବୁଲୁଥିବା ଦେଖିବାକୁ ମିଳିଛି । ରାଜ୍ଯ ନିର୍ବାଚନ କମିଶନର ଙ୍କ ନିର୍ଦ୍ଦେଶ ରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି ମଣ୍ଡଳ ଉନ୍ନୟନ ଅଧିକାରୀ ଲିପ୍ସା ରାୟ କହିଛନ୍ତି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୨/୨୦୨୪----୯,୫୫ Sakhigopal News 7/2/2024