ଓଡିଶା ପାଇଁ ମଧ୍ୟବର୍ତ୍ତୀ ବଜେଟ୍ ୨୪--୨୫ ଉପରେ ମାନ୍ୟବର ରେଳମନ୍ତ୍ରୀଙ୍କ ଦ୍ୱାରା ସାମ୍ବାଦିକ ସମ୍ମିଳନୀ
ଜଟଣୀ--ଖୋର୍ଦ୍ଧା ରୋଡ଼ ମଣ୍ଡଳ କାର୍ଯ୍ୟାଳୟର ସାମ୍ବାଦିକ ସମ୍ମିଳନୀ ଗୃହରେ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡିଶା ରାଜ୍ୟ ପାଇଁ ମଧ୍ୟବର୍ତ୍ତୀ ରେଳ ମଧ୍ୟବର୍ତ୍ତୀକାଳୀନ ବଜେଟ୍ -2024 ଉପରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ କହିଛନ୍ତି ଯେ ଗତ ଦଶ ବର୍ଷ ମଧ୍ୟରେ ରାଜ୍ୟର ରେଳ ବିଭାଗରେ ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳିଛି । ମଧ୍ୟବର୍ତ୍ତୀ ବଜେଟ୍ -୨୦୨୪ ରେ ରାଜ୍ୟରେ ରେଳ ଭିତ୍ତିଭୂମି ତଥା ସୁରକ୍ଷା ପ୍ରକଳ୍ପ ପାଇଁ 10,536 କୋଟି ଟଙ୍କା ପାଣ୍ଠି ଆବଣ୍ଟନ କରାଯାଇଛି।
ଭାରତୀୟ ରେଳବାଇ ଆଧୁନିକ ଟେକ୍ନୋଲୋଜି ଏବଂ ଆଧୁନିକ ସୁବିଧା ସହିତ ବନ୍ଦେ ଭାରତ, ଅମୃତ ଭାରତ ଇତ୍ୟାଦି ଅନେକ ଆଧୁନିକ ଟ୍ରେନ୍ ଚଳାଚଳ କରାଯାଇଛି । ଯାହା ଯୁବ ପିଢୀଙ୍କ ଦ୍ୱାରା ବହୁତ ଭଲ ପ୍ରତିକ୍ରିୟା ଏବଂ ପ୍ରଶଂସା ପାଇଛି । ଆଗାମୀ ଦିନରେ ବନ୍ଦେ ମେଟ୍ରୋ ଏବଂ ବନ୍ଦେ ସ୍ଲିପର ଭଳି ଟ୍ରେନ୍ ଚଳାଇବାକୁ ଯୋଜନା କରିଛି ରେଳ ବିଭାଗ। ରେଳ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯାଇଛି।
ବର୍ତ୍ତମାନ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡିଶାର ୫୮ ଟି ରେଳ ଷ୍ଟେସନର ବିକାଶ ପାଇଁ କାର୍ଯ୍ୟ ଚାଲିଛି। ୪୨ଟି ଏକ ଷ୍ଟେସନ୍ ଏକ ପ୍ରଡକ୍ଟ ଷ୍ଟଲ୍ ଓଡ଼ିଶାର ରେଳ ଷ୍ଟେସନରେ ସ୍ଥାନୀୟ ହସ୍ତତନ୍ତ, ହ୍ୟାଣ୍ଡଲୁମ୍ ଏବଂ ଅନ୍ୟାନ୍ୟ ସ୍ଥାନୀୟ ଉତ୍ପାଦ ବିକ୍ରୟ ପାଇଁ କାର୍ଯ୍ୟକ୍ଷମ ହେଇଛି |
ଭୁବନେଶ୍ୱର, ପୁରୀ ଏବଂ କଟକ ରେଳ ଷ୍ଟେସନରେ, ଇଣ୍ଟିଗ୍ରେଟେଡ୍ ଷ୍ଟେସନ୍ ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ବେଗରେ ଚାଲିଛି |
ସାମ୍ବାଦିକ ସମ୍ମିଳନୀ ରେ ଖୋର୍ଦ୍ଧା ରୋଡ୍ ମଣ୍ଡଳର ରେଳ ପ୍ରବନ୍ଧକ ଶ୍ରୀ ହେଚ୍. ଏସ. ବାଜ୍ୱା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି) ଶ୍ରୀ କଲ୍ୟାଣୀ ପଟ୍ଟନାୟକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା), ଶ୍ରୀ ସୁଭ୍ରା ଜ୍ୟୋତି ମଣ୍ଡଳ, ବରିଷ୍ଠ ମଣ୍ଡଳ ଇଞ୍ଜିନିୟର (ସମନ୍ୱୟ), ରବି ପ୍ରକାଶ ଯାଦବ, ବରିଷ୍ଠ ମଣ୍ଡଳ ପରିଚାଳକ ପ୍ରବନ୍ଧକ, ଶ୍ରୀ କେ ସନ୍ଦୀପ, ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ, ଶ୍ରୀ ଅମିତେଶ ଆନନ୍ଦ ଉପସ୍ଥିତ ଥିଲେ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୨/୨୦୨୪---୮,୫୫ Sakhigopal News,1/2/2024