ବଡକୋଦଣ୍ଡl ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭଞ୍ଜନଗର- --- ଭଞ୍ଜନଗର ଜବାହର ନୋଡାଲ ହାଇସ୍କୁଲର ବାର୍ଷିକ ଉତ୍ସବ ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଅଧକ୍ଷ ପ୍ରଫେସର କୃତିବାସ ବିଶ୍ୱାଳ, ମୁଖ୍ୟବକ୍ତା ଭାବେ ଜଗବନ୍ଧୁ ଜେନା, ସମ୍ମାନିତ ଅତିଥିଭାବେ ପ୍ରାଧ୍ୟାପକ ଡ଼. ଗୁରୁମୂର୍ତ୍ତି ନାୟକ, ପ୍ରାଧ୍ୟାପକ ଅଶୋକ କୁମାର ସ୍ୱାଇଁ, ବରିଷ୍ଠ ଶିକ୍ଷକ ମନୋରଞ୍ଜନ ପଣ୍ଡା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋଲାପ ପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ l ବିଦ୍ୟାଳୟ ର ପୂର୍ବତନ ପ୍ରଧାନଶିକ୍ଷକ ବିଭୁତି ଭୂଷଣ ଦାସ, ବିକ୍ରମ ସେନ ଆରୁଖ ଓ ବିପ୍ର ଚରଣ ସାହୁ ଙ୍କୁ ଏହିଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା l ଛାତ୍ରଛାତ୍ରୀ ମାନଙ୍କୁ ନୈତିକ ଜ୍ଞାନ, ଶାଳୀନତା, ଆଚାର. ବ୍ୟବହାର,ଅଧୟନ ଉପରେ ବକ୍ତବ୍ୟ ପ୍ରଦାନ ସହ ମଣିଷ ଭଳି ମଣିଷଟିଏ ହେବା ପାଇଁ ଦିଗଦର୍ଶନ ଦେଇଥିଲେ l ଏହିଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ମାନଙ୍କୁ ତାଙ୍କର ଉଲ୍ଲେଖ ନିୟ କାର୍ଯ୍ୟ, ଶିକ୍ଷାଦାନ, ଦାୟିତ୍ୱ ବୋଧ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା l ବାର୍ଷିକ ଉତ୍ସବ ପାଇଁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପ୍ରଶଂସା ପତ୍ର ସହ ପୁରସ୍କାର ବିତରଣ କରିଥିଲେ l ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ବିଭୁତି ଭୂଷଣ ଦାସ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ପ୍ରଥମ କୃତୀ ଛାତ୍ରଛାତ୍ରୀ ମାନଙ୍କୁ "ଭାଗବତ ଗୀତା" ପ୍ରଦାନକରି ଉତ୍ସlହିତ କରିଥିଲେ l ଶେଷରେ ଶିକ୍ଷକ ମୋହନ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷlକର୍ମଚାରୀ ପରିଚାଳନା କରିଥିଲେ l ଶେଷରେ ମୋହନ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୨/୨୦୨୪---୧୦,୧୦ Sakhigopal News,10/2/2024
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୨/୨୦୨୪---୧୦,୧୦ Sakhigopal News,10/2/2024