ପୋଖରୀ ହୁଡ଼ା କଟାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ଅସନ୍ତୋଷ ପ୍ରକାଶ
ଜଟଣୀ :--ଜଟଣୀ ପୌରପରିଷଦ ଅନ୍ତର୍ଗତ ୧୧ ନଂ ୱାର୍ଡରେ ଥିବା କୁମାର ଖାତିଆ ଗ୍ରାମର "ମିଲ ପୋଖରୀ ' ଯାହାକି ନିକଟରେ ଥିବା ବାଛରା ଗ୍ରାମ, ବିଶ୍ୱନାଥ କଲୋନୀ, ଶ୍ରୀରାମ ନଗର ତଥା ଅଖପାଖ ଅଂଚଳର ଅନେକ ଲୋକ ଏହି ପୋଖରୀ ଉପରେ ନିର୍ଭର କରିଥାନ୍ତି l ବର୍ତ୍ତମନ ଗ୍ରୀଷ୍ମ ଋତୁର ଆଗମନରେ ଖରାର କୋପ ଜାରି ରହିବା ସମୟରେ ପୋଖରୀ ହୁଡ଼ା କଟାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ଅସନ୍ତୋଷ ପ୍ରକାଶ ପାଇଛି l ସୂଚନା ମୁତାବକ ସ୍ଥାନୀୟ ବାସିନ୍ଦା କୁହନ୍ତି ପୋଖରୀର ପୁନଃ ଉଦ୍ଧାର ପାଇଁ ହିଡ଼ ହଣା ଯାଇଥିବା ପ୍ରକାଶ l ଯେଉଁଠି ଖରାଦିନେ ଲୋକେ ମୁନ୍ଧାଏ ପାଣି ପାଇଁ ଡହଳ ବିକଳ ହୋଇଥାନ୍ତି । ପ୍ରଶାସନ ପୋଖରୀ ପୁନଃ ଉଦ୍ଧାର ନାମରେ ହୁଡ଼ା କାଟି ପାଣି ନିଷ୍କାସନ କରିବା କେତେ ଦୂର ଯଥାର୍ଥ ତାହା ଚିନ୍ତାର କାରଣ l ଏହି ବାବଦରେ ସ୍ଥନୀୟ ବସିନ୍ଦାଙ୍କ ସହ ଯୋଗାଯୋଗ କରିବାରେ ସେମାନଙ୍କ ପାଖରେ କୌଣସି ସୂଚନା ନ ଥିବା କହିଛନ୍ତି l କାହା ଅନୁମତିରେ ଏଭଳି କାର୍ଯ୍ୟ ହୋଉଛି ତାହା ବର୍ତ୍ତମାନ ପ୍ରଶ୍ନ ବାଚି ହୋଇଛି ? । ଲୋକଙ୍କ ମତରେ ଟଙ୍କା ହଡପର ଏହା ଏକ ମାଧ୍ୟମ l ପ୍ରତ୍ୟକ ଦିନ ସକାଳ ହେଲେ ଆଖପାଖର ୧ ଶହରୁ ଉର୍ଦ୍ଧ ଲୋକ ଶୌଚ ଠାରୁ ଆରମ୍ଭ କରି ଗାଧୁଆ ପାଇଁ ଆସିଥାନ୍ତି l ଏବଂ ପାଖ ଗ୍ରାମ ବାଛରା, କୁମାର ଖାତିଆ, ବିଶ୍ୱନାଥ କଲୋନୀ, ଶ୍ରୀରାମ ନଗର ର ବାସିନ୍ଦାଙ୍କ ଆତ୍ମୀୟ ଲୋକଙ୍କ ମୃତ୍ୟ ହେଲେ ଦଶାହ କାର୍ଯ୍ୟ ପାଇଁ ଏହି ପୋଖରୀ ଉପରେ ନିର୍ଭର କରିଥାନ୍ତି l ବର୍ତ୍ତମାନ ଖରାଦିନେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି l ହେଲେ କରିବେ କଣ ଯେଉଁଠି ପ୍ରଶାସନ ଲୁଟି ଖାଇବାର ଯୋଜନା କରୁଛି ସେଠି ସାଧାରଣ ଜନତା କରିବେ କଣ ? । ପୌର ଅଧକ୍ଷ ସାକ୍ଷାତ କାରରେ କୁହନ୍ତି ଏହି କାମ ପାଇଁ ଏକ ସ୍ୱୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରାଯାଇଛି l ପୋଖରୀରୁ ପଙ୍କ ଉଦ୍ଧାର ହୋଇ ଏହାର ଚତୁ ପାର୍ଶ୍ୱ ସୌନ୍ଦର୍ଯ୍ୟ କରଣ ପାଇଁ ଯୋଜନା ହୋଇଛି l ତେଣୁ ପୋଖରୀର ପୁନଃ ଉଦ୍ଧାର ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି l କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ମତରେ ଏହି କାର୍ଯ୍ୟ ଖରାଦିନ ପୂର୍ବରୁ କରିବା କଥା l ଯେଉଁ ସମୟରେ ସାଧାରଣ ଲୋକେ ଜଳକଷ୍ଟ ଅନୁଭବ କରିଥାନ୍ତି ସେହି ସମୟରେ ପ୍ରଶାସନର ଏଭଳି କାର୍ଯ୍ୟକୁ ନ। ପସନ୍ଦ କରିଛନ୍ତି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୨/୨୦୨୪---୭,୩୫ Sakhigopal News,20/2/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୨/୨୦୨୪---୭,୩୫ Sakhigopal News,20/2/2024