Breaking News

ସତ୍ୟବାଦୀରେ ବିଭିନ୍ନ ସ୍ଥାନରେ ଅଗ୍ନିଜଳା ଉତ୍ସବ ପାଳିତ



 

 ସାକ୍ଷୀଗୋପାଳ ---- ସତ୍ୟବାଦୀର ପୁରପଲ୍ଲୀରେ ଅଗ୍ନିତ୍ସବ ପାଳିତ ହୋଇଯାଇଛି । ସାକ୍ଷୀଗୋପାଳ ଚନ୍ଦନପୋଖରୀ ଉପରେ କାହିଁ କେଉଁ କାଳରୁ ଏହି ଅଗ୍ନିତ୍ସବ ଅନୁଷ୍ଠିତ ହୋଇଆସୁଛି । ସ୍ଥାନୀୟ ବ୍ୟବସାୟୀ ମାନେ ଏକାଠି ହୋଇ ଏହି ଅଗି୍ନତ୍ସବ ପାଳିତ କରି ଆସୁଛନ୍ତି । ଆଜି ସକାଳୁ ସକାଳୁ ବ୍ରାହ୍ମଣ ନାରାୟଣ ଦାଶ ଙ୍କ  ଦ୍ୱାରା ଦ୍ୱୀପ, ଧୁପ ଓ  ଅଗ୍ନି ଦେବତାଙ୍କୁ ପୂଜାପାଠ ଓ ଭୋଗ କରାଯିବା ପରେ ଘିଅ ବଳିତା ଦ୍ୱାରା  ଜମା କରାଯାଇଥିବା  ନଡା ଓ କାଠରେ ଅଗ୍ନିସଂଯୋଗ କରାଯାଇଥିଲା  ।  ସାକ୍ଷୀଗୋପାଳ ମନ୍ଦିରକୁ ଯାଉଥିବା ମହିଳା ଶ୍ରଦ୍ଧାଳୁ ମାନେ ସେଠାରେ କିଛି ସମୟ ରହି ପୂଜା ପାଠ କରିବା ସହ ଅଗ୍ନି ଦେବତାଙ୍କୁ  ମୁଣ୍ଡିଆ ମାରିଥାନ୍ତି ।  ତାପରେ  ସେଠାରେ ଶ୍ରଦ୍ଧାଳୁ ମାନେ ନଡିଆ, ଆଳୁ, ବାଇଗଣ, କନ୍ଦମୂଳ, ସାରୁ ପନିପରିବା  ପୋଡିଥାନ୍ତି । ଏହି ପୋଡା ନଡିଆ ଓ ପନି ପରିବାର ସ୍ୱାଦ ଅଲଗା । ଲୋକମାନେ ପୋଡା ନଡିଆ ଭୋଗ ରୂପେ ପାଇଥାନ୍ତି ।  ଏହି ଅବସରରେ ଗ୍ରାମ ମାନଙ୍କ ରେ ବିଭିନ୍ନ ସ୍ଥାନରେ କାଠ ଓନଡା  ଏକାଠି ଗଦାଇ ଅଗ୍ନି ସଂଯୋଗ କରାଯାଇଥାଏ । ବର୍ଷକୁ ଥରେ ଏହି ପର୍ବ ବା  ଅଗ୍ନିଦେବତାଙ୍କୁ ପୂଜା କରିବାର ସୁଯୋଗ ମିଳିଥିବାରୁ ଲୋକମାନେ ଅଗ୍ନିତ୍ସବ ପାଳନ କରିଥାନ୍ତି ।    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୨/୨୦୨୪---୬,୧୦   Sakhigopal News, 24/2/2024

Blog Archive

Popular Posts