Breaking News

ଜିଲ୍ଲା ସ୍ତରୀୟ ସ୍କାଉଟ୍ ଓ ଗାଇଡ୍ ର ତିନି ଦିନିଆ କର୍ମଶାଳା ଅନୁଷ୍ଠିତ



ଭଞ୍ଜନଗର--  ଉପେନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗଞ୍ଜାମ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ଼ର ୨୯ ତମ କ୍ୟାମ୍ପୋରୀ 'ସମ୍ପ୍ରତି' କାର୍ଯ୍ୟକ୍ରମ ଶିବିର ଆୟୋଜିତ କରାଯାଇଥିଲା। ଜିଲ୍ଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓ ଜିଲ୍ଲା ପରିଷଦ ସଭାପତି ଅଞ୍ଚଳୀ ସ୍ବାଇଁଙ୍କ ଦ୍ଵାରା ଶୁଭ ଉଦଘାଟିତ ହୋଇଯାଇଛି।  ଭାରତ ସ୍କାଉଟସ୍ ଓ ଗାଇଡ୍ର ବିଧି ବ୍ୟବସ୍ଥା ଭିତରେ ସମସ୍ତ କାର୍ଯ୍ୟକ୍ରମକୁ ୭୬୭ ଜଣ ଛାତ୍ର ଓ ୬୩ ଜଣ ସ୍କାଉଟ ମଷ୍ଟର ଏବଂ ଗାଇଡ୍ ବିଭାଗରୁ ୩୧୧ ଜଣ ଛାତ୍ରୀ ଓ ୩୫ ଜଣ ଗାଇଡ୍ କ୍ୟାପଟେନ ଏହିପରି ମୋଟ ୧୦୭୮ ଛାତ୍ରଛାତ୍ରୀ ଓ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ସ୍କାଉଟ ମାଷ୍ଟର, ଗାଇଡ଼ କ୍ୟାପଟେନ, ଗଇଡ୍ ଶିକ୍ଷକଙ୍କ ସମେତ ସମସ୍ତ ସି. ଆର. ସି. ସି. ଯୋଗଦେଇଥିଲେ ।  ପ୍ରତ୍ୟେକ ଦିନ ସଂଧ୍ୟା ସମୟରେ ସ୍କାଉଟ୍ ଗାଇଡ୍ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଭଞ୍ଜନଗର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧୀକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି।  କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସରେ ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗର ର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ସମ୍ମାନୀତ ଅତିଥି ରୂପେ ଯୋଗଦାନ କରିଥିଲେ । ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟ ଶ୍ରୀ ପାଣିଗ୍ରାହୀଙ୍କୁ ସମ୍ମାନୀତ କରିଥିଲେ। ଏହି କାର୍ଯ୍ୟକ୍ରମର ପ୍ରତ୍ୟେକ ଦିବସରେ ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗରର ଛାତ୍ରଛାତ୍ରୀ ମାନଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଥିଲା । ଏହାର ଅନ୍ତିମ ଦିବସ ରେ ଡିଏଭି ବିଦ୍ୟାଳୟ କୁ  ସକ୍ରିୟ ଅଂଶଗ୍ରହଣ ପାଇଁ ପୁରସ୍କୃତ କରାଯାଇଥିଲା। ଡିଏଭି ବିଦ୍ୟାଳୟ ର ନବମ ଶ୍ରେଣୀର ଛାତ୍ରୀ ଏସ .ଅମ୍ବିକା ରେମ୍ପ ଶୋ ରେ ସ୍ବର୍ଣ୍ଣ ପଦକ ବିଜୟ ଲାଭ କରିଥିଲେ। ଡିଏଭି ବିଦ୍ୟାଳୟ ର ସ୍କାଉଟ ମଷ୍ଟର ଶ୍ରୀ ଗୋପାଳକୃଷ୍ଣ ଗୌଡ଼ ଓ ଗାଇଡ଼ କ୍ୟାପଟେନ ଶ୍ରୀମତୀ ଧରିତ୍ରୀବାଳା ପଣ୍ଡା ବିଦ୍ୟାଳୟ ତରଫରୁ ଏହି କାର୍ଯ୍ୟକ୍ରମରେ ଆୟୋଜିତ କରାଯାଇଥିଲା। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୨/୨୦୨୪---୧୦,୨୫ Sakhigopal News,10/2/2024

Blog Archive

Popular Posts