ପାଣିରେ ଭାସୁଛି ପଥର; ଦେଖିବାକୁ ଲୋକଙ୍କ ମଧ୍ୟରେ ଗହଳି ପୂଜା ପାଇଲା ପଥର
ସାକ୍ଷୀଗୋପାଳ ----- ପାଣିରେ ଭାସୁଛି ପଥର । ଏହି କଥା ପୁରାଣ ଶାସ୍ତ୍ରରେ ଲିଖିତ ବୋଲି କୁହାଯାଏ । ଏହା ସମ୍ଭବପର ହୋଇଥିଲା ସତ୍ୟଯୁଗରେ ବୋଲି ଲୋକମୁଖରୁ ଶୁଣିବାକୁ ମିଳେ। ପୁଣି ସତ୍ୟଯୁଗ ଫେରିଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ସୁଚନା ଯୋଗ୍ୟ ଯେ ଭାର୍ଗବୀ ନଦୀରେ ଗୋଟିଏ ପଥର ଭାସୁଥିବା ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ସୁଆଁଲୋ ଗ୍ରାମର ଜନୈକା ମହିଳା ଦେଖିଥିଲେ । ମହିଳା ଜଣକ ନିତିଦିନ ଗବକୁଣ୍ଡ କଟ ନଈକୁ ଗାଧୋଇବା ପାଇଁ ଯାଇଥାନ୍ତି । ସୋମବାର ସକାଳେ ମହିଳା ଗାଧୋଇବା ପାଇଁ ଯାଇଥିବା ବେଳେ ନଈରେ ଗୋଟିଏ ପଥର ପାଣିରେ ଭାସୁଥିବା ଦେଖିଥିଲେ । କଣ ଗୋଟେ ବୋଲି ଭାବି ମହିଳା ଜଣକ ସେହି ପଥରକୁ ହାତରେ ଠେଲି ଦେଲେ । ତଥାପି ପଥର ଖଣ୍ଡଟି ଭାସି ଭାସି ରହିଥିଲା । ମହିଳା ଜଣକ ଘରକୁ ଆସି ପୁଅକୁ ନଈରେ ପଥର ଭାସୁଥିବା କଥା କହିଥିଲେ । ତାଙ୍କ ପୁଅ ନଦୀ କୂଳରେ ପହଞ୍ଚି ପ୍ରକୃତରେ ପଥର ଭାସୁଥିବା ଦେଖି ଆଚମ୍ବିତ ହୋଇଯାଇଥିଲା। ସେହି ପଥରକୁ ସେ ଆଣି ଗ୍ରାମର ହନୁମାନ ମନ୍ଦିରରେ ରଖିଥିଲେ । ଘଟଣାର ସତ୍ଯତା ପରିଖିବା ପାଇଁ ଗ୍ରାମବାସୀ ଗୋଟିଏ ଟପରେ ପାଣି ଭର୍ତ୍ତି କରି ପଥରକୁ ରଖିଥିଲେ । ତାହା ପାଣିରେ ନ ବୁଡି ଭାସି ଥଲା । ଆଗରୁ ପଥର ଭାସିବା କଥା ଲୋକମାନେ ଦେଖି ନଥିଲେ । ରାମାୟଣ ପୁରାଣ ବର୍ଣ୍ଣନା ଯାହା ଲୋକେ ପଢିଥିଲେ । ଏହି ଘଟଣା ଲୋକମୁଖରେ ପ୍ରଚାରିତ ହେବା ପରେ ଏହାକୁ ଦେଖିବା ପାଇଁ ଉକ୍ତ ଅଂଚଳରେ ଜନଗହଳି ଲାଗିଛି । କେତେକ ଉକ୍ତ ପଥରକୁ ଫୁଲ ଧୂପ ଦେଇ ପୂଜା ଅର୍ଚ୍ଚନା କରୁଛନ୍ତି । ଏ ସଂପର୍କରେ ବୁଦ୍ଧିଜୀବୀ ମାନେ କହନ୍ତି ଏହା କୌଣସି ଅଲୌକିକ ଜିନିଷ ନୁହେଁ । ଭୂତତ୍ତ୍ୱବିତ ବା ବୈଜ୍ଞାନିକ ମାନେ ଏହାର ସଠିକ୍ କଥା କହିପାରିବେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୨/୨୦୨୪----୯,୨୫ Sakhigopal News,7/2/2024