ଭାରତ ସ୍କାଉଟ ଓ ଗାଇଡ଼ ର ଦୀକ୍ଷା ସଂସ୍କାର ସମାରୋହ
ଭଞ୍ଜନଗର-- ବଡକୋଦଣ୍ଡା ସ୍ଥିତ ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଭାରତ ସ୍କାଉଟ୍ସ ଓ ଗାଇଡ଼ ର ଦୀକ୍ଷା ସଂସ୍କାର ସମାରୋହ ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ତାଲିମ କମିଶନର ବିକ୍ରମ ମହାରଣା ସ୍କାଉଟ ମାଷ୍ଟର ହୃଷିକେଶ ନାୟକ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସ୍କାଉଟ ଓ ଗାଇଡ଼ ର ନୀତିନିୟମ, ଗୀତ, ଵିଧି,ବ୍ୟବସ୍ଥା ଉପରେ କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଶ୍ମିତା ସାହୁ, ସlଜନ ସ୍ୱାଇଁ ଓ କ୍ରୀଡା ଶିକ୍ଷକ ଶରତ ଚନ୍ଦ୍ର ବେହେରା ପିଲାମାନଙ୍କୁ ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ବୁଝାଇଥିଲେ l ପରେ ପରେ ସ୍କାଉଟ ପତାକା ଉତ୍ତୋଳନ ହେବାପରେ ଲୋଗୋ ପରିଧାନ କରାଯାଇ ଦୀକ୍ଷା ସଂସ୍କାର କରାଯାଇଥିଲା l ଆଜି ୧୬ ଜଣ ଛାତ୍ରଛାତ୍ରୀ ଦୀକ୍ଷା ସଂସ୍କାର କାର୍ଯ୍ୟକ୍ରମ ରେ ସାମିଲ ସହ ଦୀକ୍ଷା ଗ୍ରହଣ କରିଥିଲେ l ବିଦ୍ୟାଳୟର ଶିକ୍ଷlକର୍ମଚାରୀ ଏଥିରେ ସହଯୋଗ କରିଥିଲେ l ଶେଷରେ ସ୍କାଉଟ ମାଷ୍ଟର ଶରତ ଚନ୍ଦ୍ର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୨/୨୦୨୪----୭,୧୫ Sakhigopal News,4/2/2024