Breaking News

ୟୁବି ହାଇସ୍କୁଲରେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ

 
ଭଞ୍ଜନଗର :  ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ  ସରକାରୀ ଉଚ୍ଚ ବିଦ୍ୟାଳୟ,ଭଞ୍ଜନଗରରେ ପ୍ରଥମ ଓଡିଆ ଭାଷା ସମ୍ମିଳନୀ ଉଦ୍ଘାଟନୀ ଦିବସ ପାଳନ ଅବସରରେ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ କାର୍ଯ୍ୟକ୍ରମର ଆୟୋଜନ  କରାଯାଇଥିଲା। ଏଥିରେ ଯୋଗ ଦେଇଥିଲେ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଏନ୍ ସି ସି କ୍ୟାଡେଟ୍ ଅଗ୍ରଗାମୀ ବାର୍ତ୍ତାବହ ଭାବରେ  l ଏହି କାର୍ଯ୍ୟକ୍ରମରେ ପ୍ରଥମେ ସମୂହ ଭାବେ " ବନ୍ଦେ ଉତ୍କଳଜନନୀ" ଗାନ କରାଯାଇଥିଲା ।  ଏନ୍ ସି ସି ଆର୍ମୀ ଓ୍ବିଙ୍ଗ୍ ଅଫିସର ଶ୍ୟାମା ପ୍ରସାଦ ମିଶ୍ର " ଭାଷା ଜାତିର ଅସ୍ମିତା ର ପରିଚୟ " ଓ ପ୍ରଧାନ ଶିକ୍ଷକ ଶ୍ରୀ ନାହାକ " ଓଡିଆ ଭାଷା ଏକ ଉନ୍ନତ ଭାଷା ଓ ଏହାର ଏକ ସମୃଦ୍ଧ ସାହିତ୍ୟ ରହିଛି " ବୋଲି ମତପୋଷଣ କରିଥିଲେ । ଗତକାଲି " ମୋ କଥା, ମୋ କାହାଣୀ " ବହି ଫେସବୁକ୍ ରେ ଅପ୍ ଲୋଡ୍ କରାଯାଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଅକୁଣ୍ଠ ପ୍ରୟାସକୁ ପ୍ରଧାନ ଶିକ୍ଷକ ପ୍ରଶଂସା କରିଥିଲେ । ଓଡିଶା ସରକାରଙ୍କ ୫ଟି କାର୍ଯ୍ୟକ୍ରମରେ ଏହି ଅଭିନବ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ନିଶ୍ଚିତ ଭାବେ ଆମର ମାତୃଭାଷାକୁ ବିଶ୍ବ ଦରବାରରେ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ , ସସ୍ମିତା ନାୟକ , ବିଳାସିନୀ ଜେନା , ସ୍ୱପ୍ନେଶ୍ୱରୀ ଦିଗାଲ୍ , ଇକୋକ୍ଲବ ଉପଦେଷ୍ଟା ଶଙ୍କର ପ୍ରସାଦ ପଟନାୟକ , ସନ୍ତୋଷ ବେହେରା , ଅମିତ କୁମାର ବେହେରା , ବିଷ୍ଣୁ ପ୍ରିୟା ସ୍ୱାଇଁ, ଜ୍ୟୋତ୍ସ୍ନା ରାଣୀ ନାୟକ , ନମିତା କୁମାରୀ ବିଷୋୟୀ ସନ୍ତୋଷ ବେହେରା , ଅମିତ କୁମାର ବେହେରା , ଇପ୍ରିୟମ୍ ବଡରଇତ , ବିଷ୍ଣୁ ପ୍ରିୟା ସ୍ୱାଇଁ, ସୁରେଶ ପ୍ରଧାନ, ସୁନିଲ୍ ବେହେରା, କିରଣ କହଁର, ବନିତା ସ୍ବାଇଁ , କାଜଲ ବେହେରା, ଶୁଚିସ୍ମିତା ପ୍ରଧାନ, ଗଙ୍ଗାକଲ୍ଯାଣୀ କହଁର, ବିଭୁ ମହିମା ପ୍ରଧାନ, ଜ୍ୟୋତ୍ସ୍ନା ରାଣୀ ନାୟକ , ମିନତି କୁମାରୀ ବିଷୋୟୀ , ଶ୍ରୀ ମିଶ୍ର ପ୍ରମୁଖ ଓ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୨/୨୦୨୪----୮,୨୦ Sakhigopal News,4/2/2024

Blog Archive

Popular Posts