Breaking News

ଆମ ଓଡ଼ିଶା, ନବୀନ ଓଡିଶା ପକ୍ଷରୁ ସତ୍ଯବାଦୀରେ ବ୍ୟାଗ ବଣ୍ଟନ

  ସାକ୍ଷୀଗୋପାଳ--- ରାଜ୍ୟ ସରକାରଙ୍କ ୫ଟି ଓ ଆମ ଓଡ଼ିଶା , ନବୀନ ଓଡିଶା ପକ୍ଷରୁ ସତ୍ଯବାଦୀରେ ଖାଦ୍ୟ ସୁରକ୍ଷା ବିଭାଗ ସହଯୋଗରେ ସମସ୍ତ ରାସନ୍ କାର୍ଡ ହିତାଧିକାରୀଙ୍କୁ ସ୍ବତନ୍ତ୍ର ବ୍ୟାଗ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ  ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ସହିତ ବ୍ଲକ ଯୋଗାଣ ବିଭାଗର ଅଧିକାରୀଣି ଜୟନ୍ତୀ ହରିଚନ୍ଦନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଜୟପୁର ଗ୍ରାମରେ ଥିବା ଯୋଗାଣ ବିଭାଗ ପକ୍ଷରୁ ନିଯୁକ୍ତି ହୋଇଥିବା ଡିଲର ସନ୍ତୋଷ ସାହୁ ଙ୍କ ପଏଣ୍ଟରେ ଏହି ବ୍ଯାଗ ବଣ୍ଟନ ଆରମ୍ଭ ହୋଇଛି। ପ୍ରତି ରାସନ୍ କାର୍ଡ ଧାରିମାନେ ଙ୍କୁ ରାଜ୍ୟ ସରକାର ଯୋଗାଇ ଦେଇଥିବା ଦୁଇଟି ବ୍ଯାଗ ପାଇବେ । ଗୋଟିଏ ୨୦କିଲୋ ଜିନିଷ  ଧରିବା ପରି ଅନ୍ୟଟି ୧୦ କିଲୋ ଓଜନର ରାସନ୍ ସାମଗ୍ରୀ ନେବାପାଇଁ ଏହା କରାଯାଇଛି ବୋଲି ଯୋଗାଣ ବିଭାଗର ଅଧିକାରୀଣି ହରିଚନ୍ଦନଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୯/୨/୨୦୨୪---୮,୫୦ Sakhigopal News,9/2/2024

Popular Posts