Breaking News

ବ୍ଲକ୍ ସ୍ତରୀୟ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

 
ଜଟଣୀ :---- ରାଜଧାନୀ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉତ୍ସବରେ ଦେଶ ବିଦେଶର ଶତାଧିକ ଲେଖକ ଓ ସାହିତ୍ୟିକ ଯୋଗ ଦେଇଛନ୍ତି। ଏହି ଉତ୍ସବ ଆସନ୍ତା ୫ ତାରିଖ ଯାଏଁ ଚାଲିବ। ଏହି ପରିପ୍ରେକ୍ଷୀରେ ଜଟଣୀ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ବିଡିଓ ରଶ୍ମିତା ନାଥଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଛି  ଓଡିଆ ଭାଷା ସମ୍ମିଳନୀ l ସର୍ବପ୍ରଥମେ ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପମାଲ୍ଯ ଅର୍ପଣ ପରେ ବନ୍ଦେ ଉତ୍କଳ ଜନନୀ ଗାନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ନରହରି ପାତ୍ର, ବ୍ଲକ୍ ସମାଜିକ ସୁରକ୍ଷା ଅଧିକାରୀ ଇତିଶ୍ରୀ ସାହୁ ଯୋଗ ଦେଇଥିଲେ l ଏହି ଅବସରରେ ସାହିତ୍ୟିକ ତଥା ଆଦର୍ଶ ଶିକ୍ଷକ, ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀ, ଜବାହରଲାଲ ସୁବୁଦ୍ଧି, ସାହିତ୍ୟିକ ଶଶୀ ରଥ, ବିପିନ୍ ବିହାରୀ ମହାନ୍ତି, ଗୁରୁ ଜଗବନ୍ଧୁ ରାଉତ ଓ ଶିକ୍ଷୟିତ୍ରୀ ରଶ୍ମିତା ନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୪/୨/୨୦୨୪---୮,୧୦ Sakhigopal News 4/2/2024

Blog Archive

Popular Posts