Breaking News

ଗୋଡ଼ିପୁଟ ମାଟିଆପଡା ଏବଂ ରେଙ୍ଗଳ ପଞ୍ଚାୟତରେ ମାତିଛନ୍ତି ଖଣି ମାଫିଆ ,ବିପଦରେ ୫ ଟି ଗ୍ରାମ



ଜଟଣୀ - ----ଜଟଣୀ ସୀମାକୁ ଲାଗି ରହିଥିବା ପୁରୀ ଜିଲ୍ଲାର‌  ଡେଲାଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିପୁଟ ମାଟିଆପଡା  ଏବଂ ରେଙ୍ଗଳ ପଞ୍ଚାୟତ ଅନ୍ତର୍ଗତ ବରପଦା, ହରିପୁର, ଝାରପଡ଼ା, ଅରାଗଡ଼, ରେଙ୍ଗଳ ପ୍ରଭୁତି ଗ୍ରାମର ଚାରି ପାଖରେ ସରକାରୀ ଜମିକୁ ଖୋଳି ତାଡି ମାଙ୍କଡ଼ାପଥର  ଚୋରା ଚାଲାଣରେ ମାତିଛନ୍ତି ଖଣି ମାଫିଆ l ବିଶେଷ କରି ଅରାଗଡ଼ ଗ୍ରାମକୁ ଲାଗି ରହିଥିବା ଶହ ଶହ ଏକର ଜମିକୁ ଖଣି ମାଫିଆ ମାନେ ଏକତ୍ରିତ ହୋଇ  ଗ୍ରାମ ପାଣ୍ଠିକୁ  ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଦେଇ ଗ୍ରାମବାସୀଙ୍କ ମୁହଁ ବନ୍ଦ କରାଇଦେଇଥିବା ଖବର ମିଳେ l ଉକ୍ତ ଖଣିରେ ୭୨ ଜଣ ଖଣିମାଫିଆ ମାତି ଥିବା ବେଳେ ୫୦ ରୁ ଉର୍ଦ୍ଧ ପଥର କଟା ମେସିନ ସାଙ୍ଗକୁ ୧୦ ରୁ ଉର୍ଦ୍ଧ ଜେସିପି ଓ ୨ ଶହ ଶ୍ରମିକ ରାତି ତମାମ କାଟୁଛନ୍ତି ।  ଶହ ଶହ ଟ୍ରିପ ମାଙ୍କଡା ପଥର ଏବଂ ମୋରମ ଚୋରା ଚାଲାଣ l ଏହାର ଫାଇଦା ଉଠାଉଛନ୍ତି ମିଳିତ ଭାବେ ଜଟଣୀ ଏବଂ ଡେଲାଙ୍ଗ ଥାନା ଅନ୍ତର୍ଗତ ପ୍ରଶାସନିକ ଅଧିକାରୀ l ସନ୍ଧ୍ୟା ହେଲେ ଖଣିରେ ଶହ ଶହ ଟ୍ରାକ୍ଟର ସାଙ୍ଗକୁ ଟ୍ରକ ଗୁଡିକର ମେଳଣ ହୁଏ l ଖଣି ମାଫିଆ ମାନେ  ବାଛିନେଇଛନ୍ତି ଜଟଣୀ ଦେଇ ଚୋରା ଚାଲାଣର ସୁବିଧା ବାଟ l ଦିନରାତି ଜଟଣୀ ମାଣିଆଚ୍ଛକ, ଲୋକକଲୋନୀ ଏବଂ କୁଦିଆରୀ ଦେଇ ଶହ ଶହ ଟ୍ରିପ ମାଙ୍କଡ଼ାପଥର ଓ ମୋରମ ଚାଲାଣ ହୁଏ l ରାତି ପାହିଲେ ସକାଳୁ ସକାଳୁ ଲୋକକଲୋନୀରୁ ମାଣିଆ ଛକ ମଧ୍ୟରେ ଜଗି ବସେ ଜଟଣୀ ପିସିଆର ଭ୍ୟାନ l ଯେତେ ଟ୍ରିପ ଚୋରା ଚାଲାଣ ହୁଏ ସେତିକି ଗାଡି ଅଟକାଇ ଶହଶହ ଟଙ୍କା ରୋଜଗାର କରନ୍ତି l ଏହା ତାଙ୍କର ସବୁଦିନିଆ କାମ l ଜଟଣୀ ପୋଲିସ, ତହସିଲ, ଏବଂ ରାଜସ୍ବ ବିଭାଗର ପ୍ରଶାସନିକ ଅଧିକାରୀଙ୍କ ପ୍ରୋତ୍ସାହନରେ ଚାଲେ ବୋଲି ଲୋକେ କୁହନ୍ତି l ସେମାନଙ୍କ ଭିତରେ କିଛି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଗାଡି ଡ୍ରାଇଭର ଏବଂ ଅସାଧୁ କର୍ମଚାରୀ ସାମିଲ ହୋଇ ଚଢ଼ାଉ କାର୍ଯ୍ୟକ୍ରମ ବେଳେ ପୂର୍ବରୁ ସେମାନେ ଖଣି ମାଫିଆ ମାନଙ୍କୁ ଅବଗତ କରାଇଥାନ୍ତି ।  ସେତେ ବେଳେ ମାଫିଆ ମାନେ ସତର୍କ ହୋଇଯାନ୍ତି ପରେ ସେମାନଙ୍କୁ ଶହ ଶହ ଟଙ୍କା ପକେଟ ଗୁଞ୍ଜା ଦିଅନ୍ତି l  ବିଶେଷ ସୂତ୍ରରୁ ଖବର ଏଥିରେ ତହସିଲ ଦାର ଠାରୁ ଆରମ୍ଭ କରି ବଡ ବଡ଼ ସରକାରୀ ପଦାଧିକାରୀ ମାନଙ୍କ ସହ ରାଜନୈତିକ ବ୍ୟକ୍ତି ମଧ୍ୟ ସାମିଲ ଥିବା ପ୍ରକାଶ l ଯେଉଁ ଗ୍ରାମ ଦେଇ ଚୋରା ଚାଲାଣ ହୁଏ ପ୍ରତ୍ୟକ ଗ୍ରାମରେ ମଠ, ମନ୍ଦିର, କ୍ଲବ ଘର ପାଇଁ ପଥର ଖଣ୍ଡେ ଖଣ୍ଡେ ପକାଇ ଯାଆନ୍ତି ଏଥିର ତିଳେ ମାତ୍ର ସନ୍ଦେହ ନାହିଁ l ଯଦି ପଥର ଚୋରାଚାଲାଣ ଆଉ କିଛିଦିନ ଧରି ଚାଲେ ତେବେ ବୁଦ୍ଧିଜୀବୀଙ୍କ ମତରେ ସମୟ ଆସିବ ନିକଟରେ ଥିବା ଗ୍ରାମର ଅସ୍ତିତ୍ବ ରହିବ ନାହିଁ l ବେଳେବେଳେ ଡେଲାଙ୍ଗ ଥାନା ଅଧୀନରେ ଥିବା ହରିରାଜପୁର ଫାଣ୍ଡି ଅଧିକାରୀ ବାବୁ ମାରୁତି ଗାଡ଼ିରେ ଆସି ଟଙ୍କା ଆଦାୟ କରି ନିଜ ପକେଟ ଗରମ କରି ଚାଲିଯାନ୍ତି l ସମୟ ସମୟରେ ନାମକୁ ମାତ୍ର ଲୋକ ଦେଖାଣିଆ ଗୋଟେ ଦୁଇଟି ଟ୍ରାକ୍ଟର, ଟ୍ରକ ଏବଂ ଜେସିବି କୁ ଧରି ବାହା ବାହା ନିଅନ୍ତି l ବୁଦ୍ଧିଜୀବୀଙ୍କ ମତରେ ଏହି କାର୍ଯ୍ୟ ଦ୍ୱାରା ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ ହାନି ଘଟୁଛି l ଏଥିପାଇଁ ଆମ ସରକାରଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ ଅଧିକାରୀମାନେ ପ୍ରକୃତରେ ଦାଇ l ନିଜର ମାନ ଇଜ୍ଜତ ବିକି ଚୋର ମାଫିଆ ମାନଙ୍କ ସହ ହାତ ମିଳାଇ ନିଜର ଆମୋଦ ପ୍ରମୋଦ ପାଇଁ ଲକ୍ଷ ଲକ୍ଷ ଟଙ୍କା କମାଇବାରେ ବ୍ୟସ୍ତ l ସରକାରଙ୍କ ପ୍ରଦୂଷଣ ବିଭାଗ ଏବଂ ଜଙ୍ଗଲ ବିଭାଗ କରୁଛନ୍ତି କଣ ?। ଏଥିପ୍ରତି ପ୍ରଶାସନିକ ଅଧିକାରୀ ମାନେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଖଣି ମାଫିଆ ମାନଙ୍କୁ କାବୁ କରି ପରିବେଶ ସୁରକ୍ଷା କ୍ଷେତ୍ରରେ ଦୃଷ୍ଟି ଦେବକୁ ନିବେଦନ କରିଛନ୍ତି ବୁଦ୍ଧିଜୀବୀ ଏବଂ  ଗ୍ରାମ ବାସି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୨/୨୦୨୪-----୮,୫୫ Sakhigopal News,1/2/2024

Blog Archive

Popular Posts