Breaking News

ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ଠାରୁ ଭୁବନେଶ୍ଵର ଜନତା ମଇଦାନ କୁ ପଦଯାତ୍ରା କଲେ ସିଲଭର ଗାନ୍ଧି

ସାକ୍ଷୀଗୋପାଳ ----
ଓଡିଶାରେ ପ୍ରଥମ ଥର ପାଇଁ  ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଫେବୃଆରୀ ୩ରୁ ୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀ ଅବସରରେ ଓଡ଼ିଆ ଭାଷାର  ପ୍ରଚାର ପ୍ରସାର ନିମନ୍ତେ ପ୍ରାୟାସ କରିଛନ୍ତି ସିଲଭର ଗାନ୍ଧୀ ଚରିତ୍ରରେ ଅଭିନେତା ମୋହନ ମହାପାତ୍ର। ଶ୍ରୀ ମହାପାତ୍ର ବିଗତ ଦିନରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରି  ଚର୍ଚ୍ଚିତ ହେବା ସହ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଠାରୁ ସମ୍ମାନୀତ ହୋଇଛନ୍ତି। ଏହି ଅବସରରେ ସାକ୍ଷୀଗୋପାଳ ପଞ୍ଚସଖାଙ୍କ ସ୍ମୃତି ପୀଠ ରେ ପହଞ୍ଚି ପଞ୍ଚସଖାଙ୍କ ସମାଧିରେ ପୁଷ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପଞ୍ଚସଖା ଙ୍କ ଓଡ଼ିଆ ଭାଷା ପାଇଁ ଅବଦାନ ଅତୁଳନୀୟ ଏବଂ ରାଜ୍ୟ ସରକାର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପାଇଁ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରି ଶେଷ୍ଖ ଶ୍ରଦ୍ଧାଞ୍ଜଳୀ ବୋଲି ମତ ପ୍ରକାଶ କରିଥିଲେ। ନବନିର୍ମିତ ଓଡିଆ ବିଶ୍ଵ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ରାଜ୍ୟ ସରକାରଙ୍କ ଉଚ୍ଚକୋଟିର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସତ୍ୟବାଦୀ ଅଞ୍ଚଳର ମହିଳା, ଯୁବକ ଏବଂ ସ୍ବେଚ୍ଛାସେବୀ ମାନଙ୍କ ସହିତ ମିଶି "ଆମେ ଓଡ଼ିଆ ଆମ ଭାଷା ଓଡିଆ" ନାରା ଦେଇ  ସାକ୍ଷୀଗୋପାଳ ଙ୍କୁ ଦର୍ଶନ କରି ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲେ।
ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଅନ୍ୟ ରାଜ୍ୟରୁ ଆସିଥିବା ଦର୍ଶନାର୍ଥି ଗାନ୍ଧୀ ବେଶରେ ମୋହନ ମହାପାତ୍ରଙ୍କୁ ଦେଖି ଫୁଲ ମାଳ ଦେଇ ପ୍ରଣାମ କରିବା ସହିତ ଭାରତ ମାତା କି ଜୟ ନରା ଦେଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ, ୪/୨/୨୦୨୪----୮,୪୫ Sakhigopal News,4/2/2024

Blog Archive

Popular Posts