ସାଇ ମନ୍ଦିରର ତୁତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ
ସାକ୍ଷୀଗୋପାଳ ---- ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର ପଟ୍ଟନାୟକିଆ ଛକ ନିକଟ ସାଇବାବା ମନ୍ଦିରର ତୁତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ପ୍ରତିଦିନ ପରି ଠାକୁରଙ୍କ ନୀତିକାନ୍ତି କରାଯାଇଥିଲା । ମନ୍ଦିରକୁ ରଙ୍ଗ ବେରଙ୍ଗ ଫୁଲ ମାଳରେ ସଜାଯାଇଥିଲା । ସ୍ରେତୀୟ ବାହ୍ମଣ ମାନଙ୍କ ଦ୍ୱାରା ମନ୍ଦିର ସମ୍ମୁଖରେ ହୋମଯଜ୍ଞର ଆୟୋଜନ କରାଯାଇଥିଲା । ଠାକୁରଙ୍କ ପୂଜାରୀ ନିରଞ୍ଜନ ମିଶ୍ର ପୂଜାପାଠ କାର୍ଯ୍ୟ ତୁଳାଇଥିଲେ । ମନ୍ଦିରର ପରିଚାଳକ ପି.ଟୁନା ପାତ୍ରଙ୍କ ତତ୍ୱବଧାନରେ ସମସ୍ତ କାର୍ଯ୍ୟ କରାଯାଇଥିବା ବେଳେ ରମେଶ ଚନ୍ଦ୍ର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଠାକୁରଙ୍କ ପ୍ରସାଦ ଶ୍ରଦ୍ଧାଳୁ ମାନେ ସେବନ କରିଥିଲେ । ଏହି ଅବସରରେ ମନ୍ଦିର ପରିସରରେ ପାଲା ପରିବେଷଣ କରାଯାଇଥିଲା । ମନ୍ଦିର ତରଫରୁ ପାଲିଙ୍କି ଶୋଭାଯାତ୍ରା ପ୍ରଥମ କରି କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୧୫/୨/୨୦୨୪---୬,୧୦ Sakhigopal News, 15/2/2024