ଅର୍ଦ୍ଧ ନିର୍ମିତ କୋଠା ଘରୁ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଧାର
ଭଞ୍ଜନଗର- -ସ୍ଥାନୀୟ ଥାନା ଅନ୍ତର୍ଗତ ବଡକୋଦଣ୍ଡା ଛକ ନିକଟରେ ନବ ନିର୍ମାଣ କୋଠା ଘରୁ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଠାବ କରିଛି ଭଞ୍ଜନଗର ପୁଲିସ ।ମୃତ ଯୁବକ ହେଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନା ନିକଟ ବାଘ୍ର୍ୟାଦେବୀ ସାହିର ସୁରେନ୍ଦ୍ର ଗୌଡ଼ଙ୍କ ପୁଅ ଶୁଭମ୍ ଗୌଡ଼ (୨୫) ।ଖବର ନେବାରେ ଶୁଭମ୍ ଭୁବନେଶ୍ୱରରେ ଏକଢାବାରେ କାମ କରୁଥିଲା । ରବିବାର ଦିନ ଶୁଭମ୍ ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ ଅଜା ଘରକୁ ବୁଲିବାକୁ ଆସିଥିଲେ ।ଶୁଭମ ଙ୍କ ଭାଣିଜୀଙ୍କ ସ୍ବାସ୍ଥ୍ୟବସ୍ଥା ଖରପ ଥିବାରୁ ଶୁଭମ ଓ ଭଉଣୀ ମିଶି ଭାଣଜୀକୁ ଧରି ବଡକୋଦଣ୍ଡା ଛକରେ ଥିବା ଘରୋଇ ଚିକିତ୍ସାଳୟରେ ଭାଣଜୀଙ୍କ ସ୍ବାସ୍ଥ୍ୟ ଦେଖାଇବା ପାଇଁ ଯାଇଥିଲେ। ସେଠାରୁ ଶୁଭମ ଭଉଣୀକୁ ଆସୁଛି କହି କେଉଁ ଆଡେ ପଳାଇ ଯାଇଥିଲା ।ଭଉଣୀ ବହୁ ଖୋଜାଖୋଜି ପରେ ଭାଇକୁ ନପାଇ ନିଜ ଗ୍ରାମ ମୁଜାଗଡ ଆସି ମାକୁ ସବୁ କଥା କଥା କହିଥିଲା । ମଙ୍ଗଳବାର ସକାଳୁ ଆଈ ଓ ଭାଇ ଆସି ବଡକୋଦଣ୍ଡା ଛକରେ କିଛି ଲୋକଙ୍କୁ ବୁଝିବା ପରେ ଶୁଭମର କୈଣସି ସନ୍ଧାନ ପାଇପାରିନଥିଲେ । ଅପରାହ୍ନ ସମୟରେ ନବ ନିର୍ମାଣ କୋଠାର ମାଲିକ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଝୁଲୁଥିବାର ଦେଖି ଭଞ୍ଜନଗର ଥାନା ଅଧିକାରୀ କୁମର ମୁଦୁଲିଙ୍କୁ ଜଣାଇଥିଲେ । ଭଞ୍ଜନଗର ପୁଲିସ ଘଟଣାସ୍ଥଳରେ ପହଞ୍ଜି ଶବକୁ ଜବତ କରିବା ସହିତ ଶୁଭମଙ୍କ ପରିବାର ଜଣାଇଥିଲେ । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଶୁଭମ ମୃତଦେହକୁ ଚିହ୍ନଟ କରିବା ପରେ ଭଞ୍ଜନଗର ପୁଲିସ ତଦନ୍ତକରି ବ୍ୟବଛେଦ ପାଇଁ ଭଞ୍ଜନଗର ବ୍ୟବଛେଦ ଗୃହକୁ ପଠାଇ ଦିଆଯାଇଥିଲା । ମୃତ ଶୁଭମର ପ୍ରେମବ୍ୟପାରକୁ ନେଇ ଆମ୍ରହତ୍ୟା କରିଥିବା ନେଇ ଆଈ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।ଏହାକୁ ନେଇ ଭଞ୍ଜନଗର ଥାନାରେ ୮/୨୪ରେ ଅପମୃତ୍ୟୁ ମାମଲା ରୁଜୁ ହେଇଥିବା ଥାନା ଅଧିକାରୀ ଶ୍ରୀ ମୁଦୁଲି ପ୍ରକାଶ କରିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୨/୨୦୨୪----୭,୨୫ Sakhigopal News,15/2/2024