Breaking News

ଚଳିତ ସାଧାରଣ ନିର୍ବାଚନକୁ ନେଇ ତାଲିମ--ଶିବିର ଅନୁଷ୍ଠିତ



  ଭଞ୍ଜନଗର ---୨୦୨୪ ସାଧାରଣ ନିବାର୍ଚନକୁ ଦୃଷ୍ଟି ରେ ରଖି ବୁଧବାର ଉପଜିଲ୍ଲାପାଳଙ୍କ ସମ୍ଲିଳନୀ କକ୍ଷରେ ନିର୍ବାଚନ ପ୍ରସ୍ତୁତି ପାଇଁ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ୧୨୩-ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ସେକ୍ଟର ଅଫିସର ଏବଂ ସେକ୍ଟର ପୋଲିସ ଅଫିସର ଙ୍କୁ ନେଇ ତାଲିମ ଶିବିର ଆୟୋଜନ କରାଯାଇଥିଲା । ଏହି ତାଲିମ ଶିବିରରେ ଉପ-ଜିଲ୍ଲାପାଳ,ଭଞ୍ଜନଗର ଶ୍ରୀ ଅନିଲ କୁମାର ସେଠୀ, ଅତିରିକ୍ତ ଉପ-ଜିଲ୍ଲାପାଳ ଶ୍ରୀ ବିଶ୍ବରଞ୍ଜନ କର, ଶ୍ରୀ ବିଶ୍ଵାମିତ୍ର  ହରପାଲ ଉପଖଣ୍ଡ ସ୍ତରୀୟ ପୋଲିସ ଅଧିକାରୀ ଶ୍ରୀ ଉମା ଶଙ୍କର ବେହେରା, ତହସିଲଦାର ଭ଼ଞ୍ଜନଗର ଶ୍ରୀ କଳାକୃଷ୍ଣ ପ୍ରଧାନ, ତହସିଲଦାର ବେଲଗୁଣ୍ଠା ଶ୍ରୀମତୀ ଦିପ୍ତିମଣୀ ପ୍ରଧାନ,ଅତିରିକ୍ତ ଜିଲ୍ଲାପାଳ ଏବଂ ଶ୍ରୀ ରାମଚନ୍ଦ୍ର ମହାପାତ୍ର, ସହକାରୀ ଜିଲ୍ଲାପାଳ ଉକ୍ତ ତାଲିମ ଶିବିରରେ ୧୨୩-ଭଞ୍ଜନଗରର ସେକ୍ଟର ଅଫିସର ଏବଂ ସେକ୍ଟର ପୋଲିସ ଅଫିସର ମାନଙ୍କୁ ତାଲିମ ପ୍ରଦାନ କରିଥିଲେ।  ଏହି ତାଲିମ ଶିବିର ତିନି ଦିନ ପର୍ଯ୍ୟନ୍ତ ଆୟୋଜନ ହୋଇଛି । ୧ତାରିଖ ଦିନ (୧୨୩-ଭଞ୍ଜନଗର ନିର୍ବାଚନ ମଣ୍ଡଳୀ),୨ତାରିଖ ଦିନ (୧୨୮-ଆସ୍କା ନିର୍ବାଚନ ମଣ୍ଡଳୀ) ଏବଂ ଶେଷ ଦିନ ତଥା ୩ତାରିଖ ଦିନ( ୧୨୯-ସୋରଡା ନିର୍ବାଚନ ମଣ୍ଡଳୀ) ପାଇଁ ଆୟଜୋନ ହୋଇଛି । ଏହି ତାଲିମ ଶିବିରରେ ଉପଜିଲ୍ଲପାଳ ଶ୍ରୀ  ସେଠୀ,ଭଞ୍ଜନଗର ସମସ୍ତ ସେକ୍ଟର ଅଫିସର ଏବଂ ସେକ୍ଟର ପୋଲିସ ଅଫିସର ମାନଙ୍କୁ ସୁଚାର ରୁପରେ କାର୍ଯ୍ୟ କରିବା ପାଇଁ ନିନ୍ଦେର୍ଶ ଦେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୨/୨୦୨୪---୮,୪୫ Sakhigopal News,1/2/2024

Blog Archive

Popular Posts