୨୦ ଗ୍ରାମ ଧଳା ଜହର ଜବତ ,ଜଣେ ଗିରଫ, କିଙ୍ଗିଫିନକୁ ପୋଲିସ ଧରିବାରେ ବିଫଳ
ସାକ୍ଷୀଗୋପାଳ---- ସତ୍ୟବାଦୀ ପୋଲିସ ମନ୍ଦିର ବାଇପାସ ରାସ୍ତାରେ ଜଣେ ଯୁବକଙ୍କ ଠାରୁ ୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବାରେ ସଫଳ ହୋଇଛନ୍ତି । ତାଙ୍କ ନାମ ହେଉଛି ସୁଦାମ ଗାଗରାଏ ( ୧୯)ତାଙ୍କ ବାପାଙ୍କ ନାମ ମଙ୍ଗଳ ଗାଗରାଏ ବୋଲି ଜଣାପଡିଛି । କେନାଲବନ୍ଦରେ ସେ ରହନ୍ତି ବୋଲି ଜଣାପଡିଛି । କୌଣସି ସୁତ୍ରରୁ ଖବର ପାଇ ସତ୍ୟବାଦୀ ଥାନାର ସେକେଣ୍ଡ ଅଫିସର ଦୀପ୍ତ ରଞ୍ଜନ ସାହୁଙ୍କ ନେତ୍ୱତୃରେ ଏକ ଟିମ କୋଟଉପର ପଡିଆ ନିକଟସ୍ଥ ବିଏସଏନଏଲ ଅଫିସ ନିକଟରେ ସୁଦାମକୁ ଅଟକ ରଖି ମାଜିଷ୍ଟେଟଙ୍କ ସମ୍ମଖରେ ତନଖି ସମୟରେ ୨୦ ଗ୍ରାମ ବ୍ରାଉନ ସୁଗାର ସହିତ ୩୮୦ ଟଙ୍କା ଜବତ କରାଯାଇଛି ବୋଲି ସତ୍ôୟାଦୀ ଥାନା ଆଇଆଇସିବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୨ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଅଭିଯୁକ୍ତଙ୍କ ନାମରେ ଏନଡିପିଏସ ଆକ୍ଟ ଅନୁଯାୟୀଏକ ମାମଲା ରୁଜ କରାଯାଇତଦନ୍ତ ଜାରି ରହିଛି । ମାତ୍ର ଏହି ବେପାରର କିଙ୍ଗଫିନକୁ ସତ୍ୟବାଦୀ ପୋଲିସ ଧରିବାରେ ବିଫଳ । ଏପରିକି ସତ୍ୟାବାଦୀ ପୋଲିସ ଧଳା ଜହରର କିଙ୍ଗଫିନ ସହିତ ହାତ ମିଳାଇଛି ବୋଲି ସାକ୍ଷୀଗୋପାଳ ବଜାରରେ ବେଶ ଆଲେଚନା ହେଉଛି । ତୁରନ୍ତ ଏସପି କିଙ୍ଗପିନକୁ ଧରିବାକୁ ସତ୍ୟବାଦୀ ପୋଲିସକୁ ନିର୍ଦ୍ଦେଶ ଦେବାକୁ ବୁଦ୍ଧଜୀବୀ ମାନେ ଦାବି କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୨/୨୦୨୪--୮,୧୦ Sakhigopal News, 19/2/2024