Breaking News

ସାକ୍ଷୀଗୋପାଳ ରୋଡ ଓଭର ବ୍ରିଜର ଶିଳାନ୍ୟାସ କଲେ ଭିଡିଓ କନଫରେନ୍ସ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି



ସାକ୍ଷୀଗୋପାଳ---- ସାକ୍ଷୀଗୋପାଳରୋଡ  ଓଭର ବ୍ରିଜର ଶିଳାନ୍ୟାସ  ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ଏହି ରେଳ ଓଭରବ୍ରିଜ ନିର୍ମାଣ ପାଇଁ ବହୁ କଳ୍ପନା ଜଳ୍ପନା ଚାଲିଥିଲା । ଆଜି ଏହାର ଶିଳାନ୍ୟାସ କରି ମାନ୍ୟବର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯବନିକା ପକାଇଛନ୍ତି । ଏହି ଅବସରରେ ସାକ୍ଷୀଗୋପାଳ ରେଳ ଷ୍ଟେସନ ପଡିଆରେ ଅନୁଷ୍ଠିତ ସଭାରେ ବିଜେପି ନେତା ତଥା ଆଇଟିଡିସିର ଅଧ୍ୟକ୍ଷ ସମ୍ବିତ ପାତ୍ର, ଓମ ପ୍ରକାଶ ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର , ବିଷ୍ଠୁପିୟା ବରାଳ, ଜୟପୁର ଗ୍ରାମ ପଞ୍ଚାୟତର ସଭିତିସଭ୍ୟ ଦିୀପକ ମିଶ୍ର ପ୍ରମୁଖ ଯୋଗଦେଇ ଏହି ରେଳ ଓଭର ବ୍ରିଜ ନିର୍ମାଣ ପାଇଁ ଜନସାଧାରଣଙ୍କ ଠାରୁ ରାଜନେଅତିକ ନେତା, କଲେଜ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ବାରମ୍ବାର ଦାବୀ ହୋଇଆସିଥିଲା । ଏଠାରେ ଶତକଡା ଶହେଭାଗ ରେଳ ଓଭରବ୍ରିଜ ନିର୍ମାଣ ହେବାର ଆବଶ୍ୟକତା ରହିଛି ବୋଲି ଯୋଗ ଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ ।ଏହି ରେଳ ଓଭର ବ୍ରିଜ ର ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଏହି ରେଳ ଓଭର ବ୍ରିଜ ପାଇଁ ପ୍ରାୟ ୬୫ କୋଟିଟଙ୍କା ଖର୍ଚ୍ଚ କରାଯିବ । ଏବଂ ବହୁ ଶିଘ୍ର ଏହି ରେଳ ଓଭରବ୍ରିଜ ନିର୍ମାଣ କାମ ଆରମ୍ଭ ହେବ ବୋଲି ଯୋଗ ଦେଇଥିବା ଅତିଥି ମାନେ କହିଥିଲେ । ଏହି ଅବସରରେ ରେଳ ବିଭାଗ ପକ୍ଷରୁ ଦେବଶିସ୍ମା ହୋତା ସଂଗୀତ ପରିବେଷଣ କରିଥିଲେ । ରେଳ ବିଭାଗ ପକ୍ଷରୁ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଡିବେଟ, ଚିତ୍ରାଙ୍କନ ଓ ସଂଗୀତ ପ୍ରତିଯୋଗିତା କରାଯାଇ ସଫଳତାହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯିବାସହ ସମ୍ମଦ୍ଧିତ କରାଯାଇଥିଲା । ରେଳ ବିଭାଗ ପକ୍ଷରୁ ଖୋର୍ଦ୍ଧା ଡିଭିଜନର ଅଫିସିଆର ସୁଫରଣ୍ଟେଣ୍ଡଡ ଦୀପକ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନ କରିଥିଲେ । ଅନ୍ୟ ବିଭାଗରନୋଡାଲ ଅଫିସର ଲିଙ୍କନ ପାତ୍ର, ଖୋର୍ଦ୍ଦା ଡିଭିଜନର ଏଡିଇଏନ,ପି,କେ ଖଣ୍ଡୁଆଳ,  ପୁରୀ ଚିଫ ଇଞ୍ଜନିୟର ଶିବ ପାତ୍ର, ସିଏମ ଆଇ ଦେବରାଜ ନାୟକ, ୱାଲେଫୋୟାର ଅଫିସର ପୁରଷୋତ୍ତମ ଜାନି,ଟେଲିକମ ଅଫିସର ଭକ୍ତବାନ୍ଦବ ସ୍ୱାଇଁଙ୍କ ସହିତ ବିଭିନ୍ନ ଅଧିକାରୀ ମାନେ ଏଠାରେ ଉପସ୍ଥିତ ରହିଥିଲେ ।  ମାତ୍ର ୨୯ ତାରିଖ ଦିନ ଏହି ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଜନଶୁଣାଣି ତାରିଖ ଧାର୍ଯ୍ୟ ହୋଇଛି । ମାତ୍ର ଜନଶୁଣାଣି ନ ହେବା ଆଗରୁ ଓଭରବ୍ରିଜ ନିର୍ମାଣ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୨/୨୦୨୪----୭,୨୦   Sakhigopal News, 26/2/2024

Popular Posts